ଭୁବନେଶ୍ୱର: ରାଜଧାନୀରୁ କୋଡ଼ିନ କଫସିରଫ ଜବତ ଘଟଣାରେ ଏକ ନୁଆ ଖୁଲାସା ହୋଇଛି । ଅହମ୍ମଦାବାଦ ପରେ ବର୍ତ୍ତମାନ ହିମାଚଳପ୍ରଦେଶ ଓ କୋଲକତା ଲିଙ୍କ । ଏମଏସ ଫାର୍ମା କେୟାର ଇଣ୍ଡିଆକୁ ଏହି ୩ ଟି ସହରରୁ ଆସୁଥିଲା କଫସିରଫ । ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ପ୍ରବୀଣଙ୍କ ବିରୋଧରେ ବଢୁଛି ଅଭିଯୋଗର ଲମ୍ବା ଲାଇନ । ୩ ବର୍ଷ ହେଲା ଜିଏସ୍ଟି ଫାଙ୍କିଥିବା ନେଇ ପୋଲିସ ପାଖରେ ସୂଚନା ରହିଛି । ଅନ୍ୟପଟେ ଫାର୍ମା ଲାଇସେନ୍ସ ରଦ୍ଦ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସେପଟେ ଆଜି ଲ୍ୟାବରୁ ଆସିବ ସାମ୍ପୁଲ ଟେଷ୍ଟ ରିପୋର୍ଟ । କଫସିରଫ ଟେଷ୍ଟ ପାଇଁ ସାମ୍ପୁଲ ନେଇଥିଲେ ଡ୍ରଗ୍ସ ଇନ୍ସପେକ୍ଟର । ଆବଶ୍ୟକ ସ୍ଥଳେ ରାଜ୍ୟ ବାହାରକୁ ଗସ୍ତ କରିବ କମିଶନରେଟ ପୋଲିସ ।
ସୂଚନା ଥାଉକି, ଗତ ୧ ତାରିଖରେ ବରମୁଣ୍ଡାରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଦୁଇ ଚାଲାଣକାରୀଙ୍କୁ ପୁଲିସ ମାଡି ବସିଥିଲା। ଘଟଣାସ୍ଥଳରୁ ପ୍ରାୟ ୨୪ ଶହ କଫ ସିରଫ ବୋତଲ ଜବତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଭରତପୁର ପୁଲିସ।