ଅନୁଗୋଳ/ ସୁଧାକର ସାହୁ: ଆଜି ସକାଳେ ପାଲଲହଡା ପୋଲିସ ୧୪୯ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ କରୁଥିବା ସମୟରେ ଛେଣ୍ଡିପଦାରୁ କେନ୍ଦୁଝର ଯାଉଥିବା ଏକ ଟାଟା ଇଣ୍ଡିଗୋ କାର ଓ ଆର ୧୯ ଏଲ୍ ୪୦୩୪ ରେ
ଗଞ୍ଜେଇ ଚୋରାଚାଳଣ ହେଉଥିବା ବେଳେ ପାଲଲହଡା ପୋଲିସ ଗାଡିକୁ ଅଟକାଇବା ବେଳେ ଗାଡିଟି ଦୃତ ଗତିରେ କେନ୍ଦୁଝର ଆଡକୁ ଚାଲିଯାଇଥିଲା ପାଲଲହଡା ପୋଲିସ ଗାଡିକୁ ପିଛା କରି ମୁକ୍ତାପୁର ନିକଟରେ ଗାଡିକୁ ଧରିଥିଲେ! ଗାଡ଼ିରେ ଦୁଇ ଜଣ ଯୁବକ ଥିଲେ ପୁଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା! ଅନ୍ୟ ଏକ ଟାଟା ଓଲଟସ କାର ଗାଡି ନମ୍ବର ଓଡି ୦୨ ବିପି ୦୨୦୭ ଏହି ଗାଡି ପେଟ୍ରୋଲିଙ୍ଗ କରି ଅନ୍ୟ ଗଞ୍ଜେଇ ଗାଡିକୁ ନେଉଥିବା ଜାଣି ପୋଲିସ ସେ ଗାଡିକୁ ମଧ୍ୟ ଜବତ କରିଥିଲେ. ସେହି ଗାଡ଼ିରୁ ୩ ଜଣକୁ ପୋଲିସ କାବୁ କରିଥିଲା।ଆଜି ସମସ୍ତ ୪ ଜଣ ଆସାମୀକୁ ପାଳଲହଡା ପୋଲିସ ଗିରଫ କରି ତାଳଚେର କୋଟକୁ ଚାଲାଣ କରିଥିବା ଜଣା ପଡିଛି., ଦୁଇଟି କାର ସହ ୫୨ କେଜି ୫୭୨ଗ୍ରାମ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ଜବତ କରିଥିବାବେଳେ, ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ପଚରାଉଚୁରା ବେଳେ ଉକ୍ତ ଗଞ୍ଜେଇ ଛେଣ୍ଡିପଦା ଅଞ୍ଚଳରୁ କେନ୍ଦୁଝର ଅଞ୍ଚଳକୁ ଚୋରାଚାଳଓଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା ଓ ପୋଲିସ ଘଟଣାରେ ସମ୍ପୃକ୍ତ ୪ଜଣ ଯୁବକ ମଧ୍ୟରୁ ତିନିଜଣ ଛେଣ୍ଡିପଦା କଂଝୁରି ପାଳ ଗ୍ରାମର ଦୀପକ ସାହୁ ପିତା ବାରୁ ସାହୁ , ସଲିଲ ସାହୁ ପିତା ଶୁଭ ସାହୁ , ବୁବୁନ କୁମାର ବେହେରା,ପିତା ବିପିନି ବେହେରା ଏବଂଅନ୍ୟ ଜଣେ ଛେଣ୍ଡିପଦାର କାଳିଆ ବେହେରା ପିତା କୁମାର ବେହେରାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।