ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ କହିଲେ ପୋଲିସ କମିଶନର

0

କଟକ: ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ମନା । ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ କହିଲେ ପୋଲିସ କମିଶନର । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ଏହା ସହିତ ଚଳିତ ବର୍ଷ ଦୁର୍ଗାପୂଜାରେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର।
ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବାଜିପାରିବ କିନ୍ତୁ ଡିଜେ ବାଜିବ ନାହିଁ। ଏହା ସହିତ ଜୋରଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ଡିଜେ ବଜାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର।