ମୁନିଗୁଡ଼ା/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଗତ କାଲି ରାତି ରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଗଞ୍ଜେଇ ନେଇ ବାହାର ରାଜ୍ୟକୁ ଟ୍ରେନ ଯୋଗେ ଯିବା କୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାଇ କୌଣସି ସୂତ୍ର ରୁ ଥାନା ଆଇଆଇସି ସୌଦାମିନୀ ବେହେରା ଖବର ପାଇ ଥାନା ରେ ଏକ ଟିମ୍ ଗଠନ କରି ଚନ୍ଦ୍ରପୁର ବ୍ଳକ ର ଡାଙ୍ଗସୋରଡା ଠାରୁ ଉକ୍ତ ଗଞ୍ଜେଇ ଚୋରା ଚାଲାଣ କାରି ଙ୍କୁ ପିଛା କରି ମୁନିଗୁଡ଼ା ରେଳ ଷ୍ଟେସନ ଅଟୋଷ୍ଟାଣ୍ଡ ନିକଟ ରେ କାବୁ କରିଥିଲେ। ଧରାପଡ଼ି ଥିବା ବ୍ୟକ୍ତି ମାନେ ହେଲେ ଆନ୍ତନି ବେରୋ(୨୦), ସମୀର ପାଲଟାସିଙ୍ଗ(୨୧), ସୁରେନ୍ଦ୍ର ତ୍ରିରଙ୍ଗା (୪୯), ଦେବ ବାକ୍ସଙ୍ଗ(୨୪), ସଙ୍ଗୀତା ମୁଦରିଙ୍ଗା (୪୫) ନମିତା କ୍ରୀଟଙ୍ଗା(୩୦) ଏମାନଙ୍କ ଠାରୁ ୪ ଟି ବ୍ୟାଗ ରୁ ୪୮କେଜି୮୦୦ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଟି ବାଇକ୍, ୩ ଟି ମୋବାଇଲ ଜବତ କରାଯାଇଛି । ଏ ମାନେ ସମସ୍ତେ ଚନ୍ଦ୍ରପୁର ଅଞ୍ଚଳ ର ବୋଲି ଜଣାପଡିଛି। ଥାନା ଏସ୍ଆଇ ମନରଞ୍ଜନ ବିଶ୍ଵାଳ,ଏଏସଆଇ ଜୟ ଚନ୍ଦ୍ର ସାହୁ, ହାବିଲଦାର ଗୌର ଚନ୍ଦ୍ର ପଣ୍ଡା, କୁମୁଦନ ନାଏକ, ସନ୍ତୋଷ ଶବର, ଧନପତି କୁମୁରୁକା ପ୍ରମୁଖ ଗଞ୍ଜେଇ ଚଢାଉ ଟିମ୍ ରେ ସହଯୋଗ କରିଥିଲେ। ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଜଣାପଡିଛି। ଥାନା କେଶ୍ ନମ୍ବର ୯୪/୨୪ ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।