ଜଳେଶ୍ଵର/ ଅଜିତ ସାହୁ: ଜଳେଶ୍ୱର ପୋଲିସ ପକ୍ଷରୁ ରାଜପୁର ଓ ଝାଡ଼େଶ୍ୱରପୁର ଅଂଚଳରେ ଚଢ଼ାଉ। ଏହି ଚଢାଉରେ ଚାରି ଜୁଆଡି ଙ୍କ ସମେତ ୧୮୨୪୦ ଟଙ୍କା ଏବଂ ୮ ଟି ମୋଟର ସାଇକେଲ ଜବତ କରିଛି ଜଳେଶ୍ଵର ପୋଲିସ।
ସୂଚନା ଅନୁଯାୟୀ, ରାଜପୁର ଓ ଝାଡ଼େଶ୍ୱରପୁର ଅଂଚଳ ଜୁଆ ଖେଳ ଚାଲି ଥିବାର ଖବର ଜଳେଶ୍ଵର ପୋଲିସ ବିଶେଷ ସୂତ୍ରରୁ ପାଇଥିଲା। ତେବେ ଏହି ଚଢାଉରେ ୧୫ ଜଣିଆ ଟିମ ଗଠନ କରି ଦୁଇଟି ସ୍ଥାନରେ ଚଢ଼ାଉ କରା ଯାଇ ୪ ଜଣକୁ ପୋଲିସ ଗିରଫ କରି ମାମଲା ରୁଜୁ କରିଛି। ଅନ୍ୟ ମାନେ ନିଜର ବାଇକ ଛାଡି ପଳାଇ ଥିଲେ। ଘଟଣା ସ୍ଥଳରୁ ନଗଦ ୧୮୪୨୦ ଟଙ୍କା ଜବଦ କରିବା ସହିତ ଆଠୋଟି ବାଇକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ଵର ପୋଲିସ।