ପୁରୀ / ଜୟନ୍ତ କୁମାର ସେଠି: ଗୋ ମାଂସ ବୋଝେଇ ଭ୍ୟାନ ଜବତ କରିଛି ପୋଲିସ । ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଥାନା ର କୁସୁମା ଠେଙ୍ଗ ଗାଁ ନିକଟରୁ ଏକ ଗୋ ମାଂସ ବୋଝେଇ ବୋଲେରୋ ଗାଡ଼ି ଜବତ କରିଛି ଚାରିଛକ ଥାନା ପୁଲିସ । ଏହା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଜବତ ମାଂସ ଅନୁମାନ ୧୦ କ୍ୱିଣ୍ଟାଲ ରୁ ଅଧିକ ହେବବୋଲି କୁହାଯାଉଛି । ତେବେ ଗୋ ମାଂସ ଚାଲାଣକାରୀ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ଏନେଇ ଚାରିଛକ ପୋଲିସ କୁ ଅବଗତ କରାଇଥିଲେ । ଖବରପାଇ ଚଢାଉ କରିଥିଲା ପୋଲିସ । ତେବେ ମାଂସ ଅଡ଼ଶପୁର ର କୋରାଙ୍ଗ କୁ ଚାଲାଣ ହେଉଥିବା ଜଣାପଡିଛି। ଏହି ଅଂଚଳରୁ ବ୍ୟାପକ ଭାବେ କୋଲକାତା ସହ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗୋ ମାଂସ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।