ଭୁବନେଶ୍ୱର: ଭରତପୁର ଥାନା ଘଟଣା ପରେ ଆକ୍ସନ ମୂଡ଼ରେ ପୋଲିସ । ସବୁ ଥାନାର ରିସ୍ପସନ ଡେ଼କ୍ସରେ ବସୁଥିବା ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା । ଜଦି ଥାନାରେ କୌଣସି ମହିଳା କିମ୍ବା ପୁରୁଷ ପୋଲିସ ଙ୍କୁ ଦୁର୍ବ୍ୟବହାର କରନ୍ତି ତେବେ କ୍ୟାମେରା ରୁ ପୋଲିସ କଣ୍ଟ୍ରୋଲ ରୁମ କୁ ଆଲର୍ଟ କରିବେ । କଣ ଘଟଣା ଘଟୁଛି ବଡ଼ି କ୍ୟାମେରା ଦ୍ୱାରା ରେକର୍ଡ ହୋଇଥିବା ଭିଡ଼ିଓ କୁ ଦେଖୀ ପାରିବେ କଣ୍ଟ୍ରୋଲ ରୁମ । ପୋଲିସ ଯେଉଁ ବଡ଼ି କ୍ୟାମେରା ଲଗାଇବ ତାହା ଏକ ମାସ ପର୍ଯ୍ୟନ୍ତ ଭିଡ଼ିଓ ଷ୍ଟୋର ହୋଇ ରହିବ । ଥାନାରେ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଈଁ ଏଭଳି ପଦକ୍ଷେପ ନେଇଛି ପୋଲିସ ।