ଭୁବନେଶ୍ୱର: ଫିଟନେସ ନଥିଲେ ମିଳିବନି ପୋଲିସ ଚାକିରି । ପୋଲିସ ବାବୁମାନଙ୍କ ପାଇଁ ଡିଜିପି ଦେଇଥିଲେ ଏଭଳି କଡା ତାଗିଦ । କିନ୍ତୁ ଡିଏସପିଙ୍କ କଥାକୁ ଭୁଲି ଆଜି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ଜଣେ ପୋଲିସ କର୍ମଚାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଲୋୟର ପିଏମଜି ନିକଟରେ । ଆନ୍ଦୋଳନରତ ଶିକ୍ଷକଙ୍କୁ ଅଟକାଇବା ସମୟରେ ମୁହଁମାଡି ତଳେ ଚିତପଟାଙ୍ଗ ହୋଇ ପଡିଗଲେ ଜଣେ ଡିଏସପି ପାହ୍ୟାର ପୋଲିସ ଅଧିକାରୀ । ଧଇଁସଇଁ ହୋଇ ଦୌଡିବା ସମୟରେ ୫ ରାଉଣ୍ଡ ତଳେ ଓଲଟି ପଡିବାରୁ ପୋଲିସ ବାବୁଙ୍କର ହାତ ଖୁଆ ଖସିଯାଇଥିବା ଜଣାପଡିଛି । ତେବେ ଏଭଳି ଫିଟନେସ ଥିବା ଅଧିକାରୀମାନଙ୍କୁ ନେଇ କିପରି ଚାଲିବ କମିଶନରେଟ ପୋଲିସ ? ଏନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି ।
କମ୍ପ୍ୟୁଟର ଶିକ୍ଷକମାନେ ଗତକାଲି ଲୋୟର ପିଏମଜି ନିକଟରେ ଧାରଣା ଦେଇଥିଲେ । ପରେ ଧାରଣାରେ ବସିଥିବା ଶିକ୍ଷକମାନେ ବ୍ୟାରିକେଡ ଭାଙ୍ଗି ଲୋକସେବା ଭବନ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଜଣେ ଆଇଆଇସି ବା ଡିଏସପି ପାହ୍ୟାର ଅଧିକାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଘଟିଯାଇଥିଲା ଅଘଟଣ । ଜଣେ ଶିକ୍ଷକ ଦୌଡିଯାଉଥିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଧରିବାକୁ ଉଦ୍ୟମ କରିଥିଲେ ଆଇଆଇସି । କିନ୍ତୁ ତାହା ହୋଇପାରିନଥିଲା । ଦୌଡିବା ସମୟରେ ଧଇଁଧଇଁ ହୋଇ ତଳେ ପଡିଯାଇଥିଲେ ଡିଏସପି ଅଧିକାରୀ । ମୁହଁ ମାଡି ତଳେ ୫ ରାଉଣ୍ଡ ଗଳି ପଡିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କ ହାତ ଖୁଆରେ ଆଘାତ ଳାଗିବା ସହ ଖୁଆ ଖସିଯାଇତିବା ଜଣାପଡିଚି । ଏହା ଦେଖି ଅନ୍ୟ ପୋଲିସ କର୍ମଚାରୀମାନେ ଆନ୍ଦୋଳନ କଥା ଭୁଲି ଆହତ ଆଇଆଇସିଙ୍କୁ ଧରି ଡାକ୍ତରଖାନାକୁ ଧାଇଁ ଯାଇଥିଲେ ।
ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀମାନଙ୍କୁ ଗୋଡାଇ ଧରିବା ପାଇଁ ପେଟ କମାଇ ଫିଟନେଓ ଉପରେ ଧ୍ୟାନ ଦେବାକୁ ପୋଲିସ ମହାନିର୍ଦ୍ଦେଶକ ଗୁରୁମନ୍ତ୍ର ଦେଇଥିଲେ । କନ୍ତୁ ଏଠି ତାଙ୍କର ଉପଦେଶକୁ କିପରି ପାଳନ କରାଯାଉଛି ତାହା ସ୍ପଷ୍ଟ ଦେଖାଯାଉଛି । ଏଥିସହ ଏହିଥାନା ଅଞ୍ଚଳରେ ଅନେକ ପ୍ରତିବାଦ ଏବଂ ଧାରଣା ଲାଗି ରହୁଥିବା ବେଳେ ଏଭଳି ପୋଲିସ ବାବୁମାନେ କିପରି ଦାୟିତ୍ୱ ବହନ କରିବେ ସେ ନେଇ ସୃଷ୍ଟି ହୋଇଛି ଏକ ବଡ ପ୍ରଶ୍ନ । ଯେଉଁ ପୋଲିସବାବୁ ନିଜ ଶରୀରକୁ ସମ୍ଭାଳି ପାରୁ ନାହାନ୍ତି ସେମାନେ ଅପରାଧୀମାନଙ୍କୁ କିପରି ସାବାଡ କରିବେ ?