ଦୀପାବଳିରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନଦ୍କାର ଦୂର ହେଉ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଛୁରିତ ହେଉ ବୋଲି କାମନା କରିଛନ୍ତି ମୋହନ ମାଝୀ । ଓଡ଼ିଶାର ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସୁଖମୟ , ସୌଭାଗ୍ୟପୂର୍ଣ୍ଣ ଜୀବନ କାମନା କରିଛନ୍ତି । ‘ମାଆ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ହେଉ’ ।
ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଦ୍ୟପାବଳି ହେଉଛି ଖୁସି ଓ ଉତ୍ସାହର ଉତ୍ସବ’ ।