୩୦ ମିନିଟ ଧରି ବ୍ରହ୍ମପୁତ୍ର ଓ ତେଜପୁର ଭ୍ୟାଲିରେ ସୁଖୋଇରେ ଉଡ଼ିଥିଲେ ରାଷ୍ଟ୍ରପତି

0

ଭୁବନଶ୍ୱେର: ଲଢୁଆ ଯୁଦ୍ଧ ବିମାନରେ ଉଡିଛନ୍ତି ମହାମହିମ । ସୁଖୋଇ-୩୦ରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ବାୟୁସେନା ପୋଷାକ ପିନ୍ଧି ଯୁଦ୍ଧ ବିମାନରେ ଉଡ଼ିଥିଲେ ସେନାର ସୁପ୍ରିମ କମାଣ୍ଡର । କୋ-ପାଇଲଟ ସିଟ୍ରେ ବସି ଉଡାଣ ଭରିଥିଲେ । ୩୦ ମିନିଟ ଧରି ବ୍ରହ୍ମପୁତ୍ର ଓ ତେଜପୁର ଭ୍ୟାଲିରେ ସୁଖୋଇରେ ଉଡ଼ିଥିଲେ ରାଷ୍ଟ୍ରପତି । ସମୁଦ୍ର ପତ୍ତନରୁ ୨ କିଲୋମିଟର ଉଚ୍ଚତାରେ ଘଣ୍ଟାପ୍ରତି ୮ଶହ କିଲୋମିଟର ବେଗରେ ଉଡ଼ିଥିଲା ସୁଖୋଇ-୩୦ ।ଏହାକୁ ଉଡ଼ାଇଥିଲେ ଗ୍ରୁପ କ୍ୟାପଟେନ ନବୀନ କୁମାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇରେ ଉଡ଼ାଣ କରିବାରେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ତାଙ୍କ ପୂର୍ବରୁ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍ ମଧ୍ୟ ୨୦୦୯ ମସିହାରେ ପୁଣେରେ ଅଧଘଣ୍ଟା ସୁଖୋଇ ୩୦ ଗକଓ ଉଡ଼ିଥିଲେ । ସେହିପରି ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଥିଲେ ଡକ୍ଚର ଏପିଜେ ଅବଦୁଲ କଲାମ୍ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁଖୋଇରେ ଉଡ଼ିଥିଲେ ।