ଭୁବନେଶ୍ୱର: ପାପ ପ୍ରଖ୍ୟାଳନ କାର୍ଯ୍ୟ ଆରମ୍ଭ ହୋଇଛି, ପାପ ଧୋଇବା କାମ ଆରମ୍ଭ ହୋଇଛି | ସ୍କୁଲ କଲେଜ ପାଖ ଅଂଚଳରେ ବାର ଏବଂ ଅଫ ସପ ଖୋଳାଯାଇଛି | ବେଆଇନ ମଦକୁ ପ୍ରଶୟ ଦେଇଥିଲେ ପୂର୍ବ ସରକାର ତାକୁ ଆମେ ଭାଙ୍ଗିବୁ | ମୃତକ ତଥ୍ୟ ଲୁଚା ଯାଇନାହିଁ, ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ| ନୂଆ ପଲିସି ଆସିବ, ବିଧାୟକ ବନ୍ଧୁ ଅରୁଣ ସାହୁ କହିଲେ, ଭଦ୍ର ଲୋକ ଏ ବିଭାଗକୁ ଆସିବା କଥା ନୁହେଁ | ମୋର ଏହି ବିଭାଗକୁ ଆସିବା ପାଇଁ ଇଛା ନଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେବା ପରେ ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି | ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଂଗାଯିବ | ବେହେରା କମିଶନ ଏବଂ ପାତ୍ର କମିଶନର ରିପୋର୍ଟ ଗୃହରେ ପ୍ରକାଶ କରାଯାଇନି, ଲୋକେ ଜାଣିନାହାନ୍ତି ସେଥିରେ କଣ ଅଛି|
ଡ୍ୟାନ୍ସ ବାର ସମ୍ପୂର୍ଣ ବନ୍ଦ କରାଯିବ | ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ, ନିର୍ଦ୍ଧିଷ୍ଟ ଦୂରତାରେ ରହିବ | ଚୋରା ମଦ ନେଟୱର୍କ ବନ୍ଦ କରାଯିବ | ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଂଗାଯିବ | ବର୍ଷକ ଭିତରେ ବେଆଇନ ଚୋରା ମଦ ବ୍ୟାପାର ପୁରା ବନ୍ଦ ହେବ | ଯୋଉମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନେ କ୍ରିମିନାଲ | ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପୃଷ୍ଟପୋଷାକତା ରହିଛି, ଏହା ବନ୍ଦ ହେଉ|