ଭୁବନେଶ୍ୱର : ପୁଣି ବଢିଲା ସୁନା ଦର । ଗ୍ରାହକଙ୍କ ମୁଣ୍ଡରେ ପଡିଲା ଚଡକ । ସୁନା କିଣିବାକୁ ଡରିଲେଣି ଗ୍ରାହକ । ସୁନା ଦୋକାନରୁ ଫେରୋଉଛନ୍ତି ମୁହଁ । ତେବେ ମେ’ ୧୬ ଅର୍ଥାତ୍ ଶୁକ୍ରବାର ପୁଣି ଥରେ ବଢିଛି ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୫,୧୩୦ଟଙ୍କା ରହିଛି । ଗତକାଲି ଏହା ୯୩,୯୩୦ ଟଙ୍କା ଥିଲା । ଏଥିରେ ୧,୨୦୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୭,୨୦୦ ଟଙ୍କା ରହିଛି । ଗତକାଲି ଏହା ୮୬,୧୦୦ ଟଙ୍କା ଥିଲା । ଏଥିରେ ୧,୧୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୧,୩୫୦ ଟଙ୍କା ରହିଛି । ଗତକାଲି ଏହା ୭୦,୪୫୦ ଟଙ୍କା ଥିଲା । ଏଥିରେ ୯୦୦ ଟଙ୍କା ବୃଦ୍ଧି ହୋଇଛି ।