ଭୁବନେଶ୍ୱର: ଚାଲିଛି ବାହାଘର ଋତୁ । ଆଉ ସେପରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଯାହାକି ଗ୍ରାହକ ମାନଙ୍କୁ ଅତିଷ୍ଠ କରିଛି । ତେବେ ଅସନ୍ତୁ ଜାଣିବା ଆଜି ବଜାରରେ କେତେ ରହିଛି ସୁନା ଦର । ତେବେ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା ହେଲାଣି । ସେହିପରି ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଭୁବନେଶ୍ବରରେ ୮୭,୭୦୦ଟଙ୍କା ରହିଛି । ରୂପାର ମୂଲ୍ୟ ରାଜଧାନୀ ରେ ୧୦ ଗ୍ରାମ ପିଛା ୧୧୦୦ଟଙ୍କା ରହିଛି ।
ସେହିପରି ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦର ୯୫,୮୨୦ଟଙ୍କା ରହିଛି । ୮୭,୮୫୦ଟଙ୍କା ୨୨ କ୍ୟାରେଟ୍ ର ମୂଲ୍ୟ ରହିଛି । ମୁମ୍ବାଇରେ ମଧ୍ୟ ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୫ ହଜାର ୬୭୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭,୭୦୦ଟଙ୍କା ରହିଛି ।