ହୁ ହୁ ହୋଇ ବଢୁଛି ସୁୁନା ଦର; ଏଥିପାଇଁ ଦାୟୀ କିଏ?

0

(ରିପୋଟର୍ସ ଟୁଡେ);- ପୁଣି ସୁନାଦର ଆକାଶଛୁଆଁ । ସୁନା କିଣିବାକୁ ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଗରିବ ଦାମୀ ବାଲା ବି ସୁନା କିଣିବାକୁ ଡରିଲେଣି । ଜଣେ ମଧ୍ୟବିତ୍ତ ଝିଅଟିଏ ବାହାଘର କଲେ ସୁନା କିଣିବାକୁ ସକ୍ଷମ ହେଉନାହିଁ । ଯଦି ଝିଅକୁ କିଛି ନଦେଇ ବାହାଘର ଟିଏ କରୁଛି ,ତାହେଲେ ଶାଶୁଘରେ ଝିଅ ନିର୍ଯାତନର ଶିକାର ହେଉଛି । ଏଥିପାଇଁ ଦାୟୀ କିଏ? କାହିଁକି ବଢୁଛି ସୁନା ଦର । ସେପଟେ କୁହାଯାଉଛି କି , ଟ୍ରମ୍ପ ଶାସନକୁ ଆସିବା ପରେ ବିଶ୍ୱରେ ଲାଗିରହିଛି ଅସ୍ଥିରତା । ଏଥିପାଇଁ ସୁନାଦର ହୁ ହୁ ହୋଇ ବଢିଚାଲିଛି । ୨୨ କ୍ୟାରେଟି ସୁନା ୭୯ ହଜାର । ଦିନରେ ୯୫୦ ଟଙ୍କା ବଢିଲା ଦର ।

୮୬ ହଜାର ଟପିଲା ୨୪ କ୍ୟାରେଟ ସୁନା । ବିଶ୍ବରେ ଚାଲିଥିବା ଟ୍ରେଡ ୱାର ପାଇଁ ଦର ବଢୁଥିବା ଚର୍ଚ୍ଚା । ପ୍ରଥମ ଥର ପାଇଁ ସୁନା ଦର ୭୯ ହଜାର ୫୦ ଟଙ୍କା ଛୁଇଁଛି । ମଙ୍ଗଳବାର ସୁନା ଦର ୧୦ ଗ୍ରାମକୁ ୭୮ ହଜାର ୧୦୦ ଟଙ୍କା ଥିବା ବେଳେ ବୁଧବାର ୯୫୦ ଟଙ୍କା ବଢି ୭୯ ହଜାର ଟପି ଯାଇଛି ।

ସେହିପରି ୨୨ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମକୁ ୮୫ ହଜାର ୨୦୦ ଟଙ୍କା ଥିବା ବେଳେ ୧୦୪୦ ଟଙ୍କା ବଢି ୮୬ ହଜାର ୨୪୦ ଟଙ୍କା ଛୁଇଛି । ୧୮ କ୍ୟାରେଟ ସୁନା ଦର ମଧ୍ୟ ବଢି । ୧୦ ଗ୍ରାମ ୧୮ କ୍ୟାରେଟ ସୁନା ମୂଲ୍ୟ ୬୪ ହଜାର ୬୮୦ରେ ଛୁଇଛି । କାନାଡା, ମେକ୍ସିକୋ, ଚୀନ ଭଳି ଦେଶ ଉପରେ ଆମେରିକା ଟାରିଫ ବୃଦ୍ଧି କରିବା ପରେ ଦରରେ ପରିବର୍ତ୍ତନ ଦେଖାଦେଇଛି