ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ପ୍ରାଧାନମନ୍ତ୍ରୀ । ଏବେ ଆସିଛି ନୂଆ ମନ୍ତ୍ରୀଙ୍କ ନାଁ। ଏଥିରେ ୪ କ୍ୟାବିନେଟ ମନ୍ତ୍ରୀ ନିଜ ନିଜର ମନ୍ତ୍ରଣାଳୟ ବଜାୟ ରଖିଛନ୍ତି। ଅମିତ ଶାହା ଗୃହମନ୍ତ୍ରୀ ହୋଇଛନ୍ତି। ସେହିପରି ରାଜନାଥ ସିଂହ ପ୍ରତିରକ୍ଷା, ନୀତୀନ ଗଡ଼କରି ସଡ଼କ ଓ ପରିବହନ ଓ ଏସ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ଵ ପୁଣି ସମ୍ଭାଳିବେ। ସେହିପରି ହର୍ଷ ମଲହୋତ୍ରା ଓ ଅଜୟ ତମତା ସଡ଼କ ଓ ପରିବହନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ସେହିପରି ନିର୍ମଳା ସୀତାରମଣଙ୍କୁ ପୁଣି ଥରେ ଅର୍ଥମନ୍ତ୍ରଳାୟ ଦାୟିତ୍ୱ ଦିଆ ଯାଇଛି ଥିବା ବେେ, ଅଶ୍ୱିନି ବୈଷ୍ଣବଙ୍କୁ ରେଳ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଳାୟ ଦାୟିତ୍ୱ ଦିଆ ଯାଇଛି । ସେହିପରି ଚିରାଗ ପାସୱାନ ଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଳାୟ ଦାୟିତ୍ୱ ଦିଆଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ତେବେ ଆଜି ରାତି ସୁଦ୍ଧା ଅନ୍ୟ ମନ୍ତ୍ରୀମାନଙ୍କ ନାଁ ଘୋଷଣା ହେବା ସମ୍ଭାବନା ରହିଛି।