ମଣିପୁର : ଥମିବାର ନା ନେଉନି ମଣିପୁର ହିଂସା । ଦୀର୍ଘ ୫୩ ଦିନ ହେବ ହିଂସା ଲାଗି ରହିଛିି । ସାରା ରାଜ୍ୟରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଚୀବନ । ଏହାରି ଭିତରେ ଆମେରିକା ଏବଂ ମିଶର ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ବର୍ତ୍ତମାନ ମଣିପୁରରେ ପେଟ୍ରୋଲିୟମ ଏବଂ ଗ୍ୟାସର ସଙ୍କଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଳିତ ଭାବେ ସ୍ଥିତିର ସମୀକ୍ଷା କରିଛନ୍ତି । ଗତ ଏକସପ୍ତାହରେ ମଣିପୁରେ ଚାଲିଥିବା ପ୍ରତ୍ୟେକଟି ଗତିବିଧି ବାବଦରେ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।