ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାବରୋହରେ ସାମିଲ ହେବା ପାଇଁ ସେ ଭାରତ ଗସ୍ତରେ ଆସୁଛନ୍ତି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ପଏମ ପ୍ରଚଣ୍ଡ ଜୁନ ୯ ତାରିଖରେ ଭାରତ ଯାତ୍ରା କରିବେ । ନେପାଳ ପ୍ରଧାନମନ୍ତ୍ରୀ ତିନି ଦିନିଆ ଭାରତ ଗସ୍ତରେ ଆସିବେ । ଏହି ସମୟରେ ସେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଏହା ପରେ ଅନ୍ୟାନ୍ୟ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।ତେବେ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ନେପାଳ ପିଏମ ରବିବାର ନୂଆଦିଲ୍ଲୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ, ୯ ତାରିଖରେ ନରେନ୍ଦ୍ର ମୋଦି ଶପଥ ନେବେ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ସାମରୋହ ପାଇଁ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦିଆଗଲାଣି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା , ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମ ସିଂଘେଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।