ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କାଲି ସକାଳ ୧୦ ଟା ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପରେ ୧୧ଟା ୪୫ରେ ଗାଡକଣ ଛାଡି ୧୧ଟା୫୫ରେ ଜୟଦେବ ବିହାରର ଜନତା ମଇଦାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଦିନ ୧ଟା ପର୍ଯ୍ୟନ୍ତ ରହ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହ ଲୋକର୍ପଣ କରିବେ ।ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଜନତା ମଇଦାନରେ ସୁଭଦ୍ରା ଯୋଜନାରେ ହିତାଧିକାରୀରୁ ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ। ଲୋକଙ୍କ ଯିବା ଆସିବା ଓ ଗାଡି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ରହିବ ବୋଲି କୁହାଯାଇଛି ।