ନୂଆଦିଲ୍ଲୀ: ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦୀ ଗୁରୁବାର ସଂଧ୍ୟାରୁ କନ୍ୟାକୁମାରୀ ସ୍ଥିତି ପ୍ରସିଦ୍ଧ ବିବେକାନନ୍ଦ ରକ୍ମେ ମୋରିଆଲରେ ୪୫ ଘଣ୍ଟାର ଧ୍ୟାନ ସାଧାନା କରିଥିଲେ । ପିଏମ୍ ମୋଦୀ ବିବେକାନନ୍ଦ ରକ୍ ମେମୋରିଆଲରେ ଉଦିତ ସୂର୍ଯ୍ୟ ଅର୍ଘ୍ୟ ଦେବା ପରେ ଶନିବାର ଶେଷ ଦିନରେ ନିଜରେ ନିଜ ଧ୍ୟାନ ସାଧନା ଆରମ୍ଭ କରିଥିଲେ । ଏକ ଛୋଟିଆ କଳସରେ ସମୁଦ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥିଲେ ଏବଂ ମାଳା ଧରି ଜପ କରିଥିଲେ । ଶେଷରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପା ଞ୍ଜଳି ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ପଞ୍ଜାବର ହୋସିଆରପୁର ରେ ଶେଷ ନିର୍ବାଚନୀ ରାଲିକୁ ସମ୍ୱୋ ଧନ କରିବା ପରେ ପିଏମ୍ ମୋଦୀ ହେଲିକପ୍ଟର ରେ ସିଧା କନ୍ୟାକୁମାରୀ ପହଞ୍ଚିଥିଲେ । ସେଠାରେ ସେ ଭଗବତୀ ଅମ୍ମନ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ । ଏହାସହ ସେ ନୌକାରେ ଯାତ୍ରା କରି କୂଳରୁ ପ୍ରାୟ ୫୦୦ ମିଟର ଦୂରରେ ସମୁଦ୍ରରେ ଚଟାଣ ଉପରେ ସ୍ଥିତି ବିବେକାନନ୍ଦ ରକ୍ ମେମୋରିଆଲ ପହଞ୍ଚିଥିଲେ । ସେଠାରେ ସେ ୪୫ ଘଣ୍ଟାର ଏକାନ୍ତବାସ ସହ ଧ୍ୟାନ ସାଧାନା କରିଥିଲେ। ତାଙ୍କ ଧ୍ୟାନ ପୂରା ହୋଇଛି ଏବଂ ସେ ଦିଲ୍ଲୀ ଫେରିବେ ।