ଖୁବଶୀଘ୍ର ଧାରଣରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ହେବ ସମାଧାନ…

0

ଧାରଣାରତ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ,ଏସ୍.ଇ.ଏମ୍ ଓ ଗ୍ରାମୀଣ ଜଳଯୋଗାଣ କର୍ମଚ଼ାରୀ ମହାସଂଘ, ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚ଼ାଳନା କର୍ମଚ଼ାରୀ ସଂଘ, ଓଡ଼ିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ବୟ ସମିତି ଏବଂ ଅନ୍ୟାନ୍ୟ ସଂଘର ସମସ୍ୟା ସମାଧାନ ନିମନ୍ତେ ଆଜି ବିଧାନସଭା ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।

ସମସ୍ତ ସଂଘର ପ୍ରତିନିଧିମଣ୍ଡଳୀ ମାନେ ଆସି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଲେ। ତାଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା । ଏବଂ ସମସ୍ୟା ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଅବଗତ କରାଇ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା ।


ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ସାଧାରଣ ଜନତାଙ୍କ ଅଭିଯୋଗ କୁ ଶୁଣିବା ଏବଂ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ବିଜେପି ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ, ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ,ମାନ୍ୟବର ବିଧାୟକ ଶ୍ରୀ ଇରାଶିସ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।