ସରକାର ମତେ ଦେଇଥିବା PSO ମଧ୍ୟ ଗୋପାଳ ଦାସ ହୋଇପାରେ,ମତେ ଡର ଲାଗୁଛି,ସେ କେତେବେଳେ ମତେ ମାରିଦେବ

0

ଭୁବନେଶ୍ୱର:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ… ସରକାର ମତେ ଦେଇଥିବା PSO ମଧ୍ୟ ଗୋପାଳ ଦାସ ହୋଇପାରେ। ମତେ ଡର ଲାଗୁଛି। ସେ କେତେବେଳେ ମତେ ମାରିଦେବ। ବର୍ତ୍ତମାନ ଯାହା ଚାଲିଛି ସବୁ ଗପ। ଏ କଥାକୁ ମୁଁ ବିଲକୁଲ ଗ୍ରହଣ କରି ପାରୁନାହିଁ। ଜଣେ ମନ୍ତ୍ରୀଙ୍କୁ ଜଣେ ଛୋଟିଆ ପୋଲିସ କର୍ମଚାରୀ ହତ୍ୟା କଲା। ପାଇଖାନାରୁ କାଗଜ ମିଳିବା ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ବୈଜ୍ଞାନିକ ଯୁଗରେ ସବୁ ସମ୍ଭବ। ପ୍ରକୃତରେ ସେ କାଗଜ ହାତ ଲେଖା ଗୋପାଳର ନା ନାହିଁ ତାହା ସ୍ପଷ୍ଟ ହେବା ଦରକାର। DGP ଙ୍କ ସାମ୍ବାଦିକ ସମ୍ମିଳନୀ ମାମଲାରେ ମଧ୍ୟ ପ୍ରତିକ୍ରିୟା ରଖିଲେ ସୌମ୍ୟ। ଯଦି ଡିଜିପି କହୁଛନ୍ତି ଏହି ହତ୍ୟା କାହିଁକି ହୋଇଛି ଜଗନ୍ନାଥ ଜାଣିଥିବେ ତେବେ ଜଗନ୍ନାଥ ଚାରି କୋଟି ଓଡିଆଙ୍କ ଦେବତା। ଜଗନ୍ନାଥ DGPଙ୍କୁ ସ୍ୱପ୍ନରେ ଆସି କହି ଦିଅନ୍ତୁ।