“ପବିତ୍ର ଗ୍ରନ୍ଥାବଳୀ” ର ଦ୍ଵିତୀୟ ସଂସ୍କରଣ ର ଗଣ ଲୋକାର୍ପଣ ଉତ୍ସବ

0

ଜ୍ୟୋତିରଞ୍ଜନ ଧର /ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ପବିତ୍ରମୋହନ ହାଇସ୍କୁଲ ପରିସରରେ ମୁକ୍ତିପଥର ସୈନିକ,କବି,ପ୍ରଖ୍ୟାତ ଜନ ନାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକ ତଥା ତାଙ୍କ ରଚିତ କାବ୍ୟ “ପବିତ୍ର ଗ୍ରନ୍ଥାବଳୀ” ର ଦ୍ଵିତୀୟ ସଂସ୍କରଣ ର ଗଣ ଲୋକାର୍ପଣ ଉତ୍ସବ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ,କଣିହାଁ ଠାରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଥିବା ପବିତ୍ର ମୋହନ ପ୍ରଧାନ ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସମୂହ ଦୀପ ଦାନ ସହିତ ସାହିତ୍ୟ କୃତୀ,”ପବିତ୍ର ଗ୍ରନ୍ଥାବଳୀ” ର ଗଣ ଉନ୍ମୋଚନ କାର୍ଯ୍ୟକ୍ରମ କରାଯାଇଥିଲା।

ପବିତ୍ର ମୋହନ ସ୍ମୃତି ସଂସଦ ର ସଭାପତି ରଙ୍ଗାଧର ବିଶ୍ୱାଳ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସ୍ୱାବଲମ୍ବନ ପ୍ରକାଶକ ସଂସ୍ଥାର ପ୍ରକାଶକ ସନ୍ତୋଷ ବାରିକ ତାଙ୍କ ବକ୍ତବ୍ୟରେ ତାଳଚେର ବାସୀ ପବିତ୍ର ବାବୁଙ୍କୁ କେତେ ଯେ ଭଲ ପାଆନ୍ତି ଏହା ଏକ ଜ୍ୱଳନ୍ତ ନମୂନା । ସ୍ବର୍ଗତ ସଂଗ୍ରାମୀ ପବିତ୍ର ମୋହନଙ୍କ ଏହି ପୁସ୍ତକର ପ୍ରାକ ପ୍ରକାଶନ ବିକ୍ରିର ପରିମାଣ ହେଉଛି ଏକ ହଜାର।ଏହା ବୋଧହୁଏ ଓଡିଶା ପ୍ରକାଶନ ସଂସ୍ଥାରେ ପ୍ରଥମ, ଅଦ୍ଵିତୀୟ ତଥା ବିରଳ ବୋଲି ସଂସ୍ଥାର ପ୍ରକାଶକ ଶ୍ରୀ ବାରିକ ମତବ୍ୟକ୍ତ କରିଥିଲେ ।

ଓଡିଶା ମାଧ୍ୟମିକ ଶିକ୍ଷାର ପୂର୍ବତନ ସଭାପତି ଡ଼ଃ ଧରଣୀ ଧର ନାଥ ଗ୍ରନ୍ଥାବଳୀ ର ବ୍ରାହ୍ମଣୀ କାବ୍ୟ ରେ କବି କିପରି ବ୍ରାହ୍ମଣୀ ନଦୀକୁ ଏକ ମଣିଷ ବୋଲି ବିବେଚନା କରିଛନ୍ତି ତାହା ଉପରେ ଏକ ଭାବଗର୍ଭକ ଭାଷଣ ପ୍ରଦାନ କରି ସଂଗ୍ରାମୀ ପବିତ୍ର ବାବୁ ହେଉଛନ୍ତି ଓଡିଶାର ଅମୁଲ୍ୟ ସମ୍ପତି ବୋଲି ଶ୍ରୀ ବାରିକ ଅବିହିତ କରିଥିଲେ । ପୂର୍ବତନ ସାଂସଦ ତଥା ପୁର୍ବତନ ସଚେତକ ରବିନାରାୟଣ ପାଣି ପବିତ୍ର ମୋହନ ଙ୍କର ଜୀବନାଦର୍ଶ ରେ କିପରି ସାମ୍ୟବାଦ, ସମାଜବାଦ ପରିଲକ୍ଷିତ ହୋଇଥିଲା ।

ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଇଂ ଧନେଶ୍ୱର ସାହୁ, ଡ଼ଃ ମହେଶ୍ୱର ପ୍ରଧାନ, ସଦାନନ୍ଦ ପ୍ରଧାନ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଓ ଦାଶରଥି ଜେନା , ସମ୍ପାଦକ ନିରଞ୍ଜନ ପ୍ରଧାନ ପ୍ରମୁଖ ପବିତ୍ର ମୋହନ ପ୍ରଧାନ ଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। କବି ଓ ଗାଳ୍ପିକ ଶିକ୍ଷାବିତ୍ ସିଦ୍ଧି ପ୍ରସାଦ ସାହୁ ଙ୍କ ସଂଯୋଜନା ରେ ସଭାକର୍ଯ୍ୟ ପରିଚାଳିତ ହୋଇଥିଲା। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦୁଃଖବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ବିନାୟକ ପ୍ରଧାନ,ଅମିତା ଦେହୁରୀ, ଯସ୍ମୀନ ପ୍ରଧାନ , ରୋହିତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, କୁଳମଣି ସାମଲ , ଗୁରୁ ଚରଣ ପ୍ରଧାନ ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ।