ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ୨୦୧୯ର ଫଳ

0

ଭୁବନେଶ୍ୱର : ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରଶାସନିକ ସେବା ୨୦୧୯ର ଫଳ ପ୍ରକାଶ ପାଇଛି । ଏଥିରେ ୧୫୩ ଜଣ କୃତକାର୍ୟ୍ୟ ହୋଇଥିବା ବେଳେ ଅଶ୍ୱୀନ ପଣ୍ଡା ପ୍ରଥମ ସ୍ଥାନରେ ରହି ରାଜ୍ୟରେ ଟପ୍ପର ହୋଇଛନ୍ତି ।
ଓପିିଏସି ୨୦୧୯ରେ ଆୟୋଜିତ ପରୀକ୍ଷାରେ ମୋଟ ୪୭ ହଜାର ୭୯ ଜଣ ଆଶାୟୀ ପରୀକ୍ଷା ଦେଇଥିଲେ । ଏହାର ଫଳ ପ୍ରକାଶ ପାଇଥିବା ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।