ରାଜ୍ୟରେ ସୂଚନା ଅଧିକାର ଧରାଶାୟୀ

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନୀଲ କୁମାର ମିଶ୍ର ଅକ୍ଟୋବର ୧୫,୨୦୨୧ ରେ ଅବସର ନେବେ । ସେଥିପାଇଁ କିଏ ମୁଖ୍ୟ ସୂଚନା କମିଶନର ହେବ , କସରତ ଆରଂଭ ହୋଇଗଲାଣି । ଯିଏ ବି ମୂଖ୍ୟ ସୂଚନା କମିଶନର ହେଉ, ସୂଚନା ଆଇନ ଓ ସୂଚନା ଆନ୍ଦୋଳନ ପାଇଁ ଭୟଙ୍କର । କାରଣ ଏମାନଙ୍କର ଟ୍ରାକ ରେକର୍ଡ କହୁଛି , ପ୍ରଶାସନ ରେ ସ୍ୱଚ୍ଛତା ବା ଦୁର୍ନୀତି ମୁକ୍ତ ଶାସନ ପାଇଁ କିଛି ବି କରିନାହାନ୍ତି ବୋଲି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି । ସୁନୀଲ କୁମାର ମିଶ୍ର ତାଙ୍କ କାର୍ୟ୍ୟକାଳରେ ସୂଚନା କମିଶନରେ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତିଏବଂ କେତେକ କ୍ଷେତ୍ରରେ ସକ୍ଷମ ହୋଇଛନ୍ତି । ତାଙ୍କର ବହୁ ନିଷ୍ପତ୍ତି ସୁଦୂର ପ୍ରସାରି ପ୍ରଭାବ ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତରକୁ ଏକ କ୍ଟ୍ରଙ୍କଭକ୍ଷସମ ବଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ ଭାବେ ଘୋଷଣା କରି ଚଓଙ ନିଯୁକ୍ତି ପାଇଁ ନିର୍ଦ୍ଧେଶ ଦେଇଥିଲେ । ସୂଚନା ଆଇନର ଧାରା ୪ ଅନୁଯାୟୀ ସ୍ୱୟଂପ୍ରକଟନୀୟ ସୂଚନା ଗୁଡିକୁ ଓଡିଶା ଭାଷାରେ ପ୍ରକାଶ ପାଇଁ ବାରମ୍ବାର ନିର୍ଦ୍ଧେଶ ଦେଇଛନ୍ତି । ସୂଚନା ଆଇନ ପରିସରରୁ ବାଦ ରଖାଯାଇଥିବା ରାଜ୍ୟ ଭିଜିଲାନ୍ସ କୁ ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବାକୁ ବାଧ୍ୟ କରିବା ଏବଂ ତଥ୍ୟ ଆଦାୟ କରିବା ପର୍ୟ୍ୟନ୍ତ କେଶର ଶୁଣାଣି ଚାଲୁ ରଖିବା , ତାଙ୍କ କେଶ ଫଇସଲାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତାଙ୍କର ସମସ୍ତ ସଜ୍ଞକ୍ଟ୍ରକ୍ଟକ୍ସଗ୍ଧବଦ୍ଭଗ୍ଧ ୟରମସଗ୍ଦସକ୍ଟଦ୍ଭ କମିଶନ ଙ୍କ ୱେବସାଇଟରେ ଉପଲବ୍ଧ ।
ରାଜ୍ୟରେ ଚାଲିଥିବା ଭୟଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ସମ୍ପର୍କିତ ତଥ୍ୟ ସୂଚନା ଆଇନରେ ଖୋଲାସା ହୋଇ ଚାଲିଛି । ଆରମ୍ଭରୁ ସୂଚନା ଆଇନକୁ ରାଜ୍ୟରେ ଅକାମି କରିବା , ଦୁର୍ନୀତି ର ଖୋଲାସା କରୁଥିବା ସୂଚନା ଧିକାର କର୍ମୀ ଙ୍କୁ ହତ୍ୟା କରିବା, ମରଣାତ୍ମକ ଆକ୍ରମଣ, ପୋଲିସ ଲଗାଇ ହତ୍ୟାଧାମକ ଉତ୍ୟାଦି ନବୀନ ସରକାର ଦୀର୍ଘ ୧୫ ବର୍ଷଧରି ନିରଵଛିନ୍ନ ଭାବେ କରିଚାଲିଛି । ତଥାପି ସୂଚନା ଅଧିକାର ଆନ୍ଦୋଳନ ଦବିଯାଇ ନାହିଁ ବଂର ଦିନକୁ ଦିନ କ୍ରିୟାଶୀଳ ହେବା ସହ ଗ୍ରାମ୍ୟ ସ୍ତରରେ ପ୍ରଭାବ ଜାହିର କରି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତି ଓ ତଥାକଥିତ ସ୍ଵଛ ଶାସନ ର ନାରା କେତେ ଦୂର ସତ , ଏହି ପ୍ରଶ୍ନ ବାରମ୍ବାର ଉଠିଛି । ମୁଖ୍ୟମନ୍ତ୍ରୀ ଙ୍କ ଗଣମାଧ୍ୟରେ ମିଛ ପ୍ରଚାର ବାରମ୍ବାର ସୂଚନା ଆଇନରେ ପଦାକୁ ଆସିଛି । ରାଜ୍ୟରେ ବିରୋଧୀ ଦଳ ମାନଙ୍କର ଦୁର୍ନୀତି ସ୍ୱର ଠାରୁ ଆହୁରି ଭୟଙ୍କର ସୂଚନା ଧିକାର କର୍ମୀ ମାନଙ୍କର ଲଗାତାର ଦୁର୍ନୀତି ର ଖୋଲାସା ଓ ଦୁର୍ନୀତି ବିରୋଧୀ ଲଢ଼େଇ ।
ତେଣୁ ସୂଚନା ଆଇନକୁ ଯେକୌଣସି ପ୍ରକାରରେ ମୋଡି ମକଚି ଦେବା ପାଇଁ ନବୀନ ପ୍ରଶାସନ ଯାବତୀୟ ଷଡଯନ୍ତ୍ର କରିଚାଲିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବର୍ଷ ବର୍ଷ ଧରି ନଦେବା, ତଥ୍ୟ ଲୁଚେଇବା , ଓଡ଼ିଆରେ ତଥ୍ୟ ନଦେବା , ସୂଚନା ଆଇନ ସମ୍ପର୍କରେ ବ୍ୟାପକ କ୍ୟାମ୍ପେନ ନକରିବା , ନାଗରିକ ମାନଙ୍କୁ ସୁଚନା ପାଇଁ ଆବେଦନ ପାଇଁ ଏକ ଅବାଂଛିତ ବାଧ୍ୟତାମୂଳକ ଫର୍ମ ବ୍ୟବସ୍ଥା କରିବା , ଜଞଓ ଙଦ୍ଭକ୍ଷସଦ୍ଭର ବ୍ୟବସ୍ଥାକୁ ଅକାମି କରି ରଖିବା , ସୂଚନା କମିଶନରେ ଅନଭିଜ୍ଞ ଓ ଆଇନ ଜୀବନରେ ଜାଣି ନଥିବା ଓ ବ୍ୟବହାର କରିନଥିବା ବ୍ୟକ୍ତି ମାନଙ୍କୁ ଆଣି କମିଶନର ଭାବେ ନିଯୁକ୍ତି ଦେବା ଉତ୍ୟାଦି କାର୍ୟ୍ୟ ରାଜ୍ୟ ସରକାର କରି ଛନ୍ତି । ଯେଉଁଥିପାଇଁ ସୂଚନା କମିଶନ ରେ ୧୬୦୦୦ କେଶ ବିଚାର ପାଇଁ ପଡିରହିଛି । ଫଳରେ କେଶ ଶୁଣାଣି ୪ ବର୍ଷ ପରେ ହେଉଛି । ଯେଉଁମାନେ ଅଭିଯୋଗ ବା ଅପିଲ କରିଛନ୍ତି , ସେମାନଙ୍କର ସଦ୍ଭଗ୍ଧରକ୍ସରଗ୍ଦଗ୍ଧ ରହୁ ନାହିଁ । ସୂଚନା ର କ୍ସରକ୍ଷରଙ୍ଖବଦ୍ଭମର ମଧ୍ୟ ରହୁ ନାହିଁ। ବର୍ତ୍ତମାନ କମିଶନ ରେ ୨୦୧୭ ମସିହା କେଶ ଶୁଣାଣି ଚାଲିଛି ।
ତେଣୁ ରାଜ୍ୟ ରେ କ୍ଷମତାରେ ଥିବା ଦଳ ଓ ତାଙ୍କ ମୁଖିଆ ଓ ଅମଲା ଯେପରି ଦୁର୍ନୀତି ଗ୍ରସ୍ତ ଓ ଲୁଟ ସେମାନଙ୍କ ର ସବୁଠାରୁ ମହାନ ଲକ୍ଷ୍ୟ , ତେଣୁ ସେମାନଙ୍କ ଠାରୁ ଜଣେ ଭଲ ଲୋକକୁ ମୁଖ୍ୟ ସୂଚନା କମିଶନ ପଦବୀ ଦେବେ , ଆଶା କରିବା ବୃଥା । ବର୍ତ୍ତମାନ ଦେଖାଯାଉଛି , ମୂଖ୍ୟ ସୂଚନା କମିଶନ ପଦବୀ ପାଇଁ ସେହିଭଳିଆ ନାଁ ଖବର କାଗଜରେ ପ୍ରକାଶ ପାଉଛି ।