ଚାହୁଁ ଚାହୁଁ ଆଖି ସାମ୍ନାରେ ୧ଲକ୍ଷ ୮ଶହ ଟଙ୍କା ନେଇ ଚମ୍ପଟ ମାରିଲେ ଲୁଟେରା

ସୋନପୁର-ଦିନ ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ଲୁଟ ।ଦିନକୁ ଦିନକୁ ଲୁଟେରାମାନଙ୍କ ଆତଙ୍କ ବଢିବାରେ ଲାଗିଛି । କେତେବେଳେ କାହା ବେକରୁ ସୁନା ଚେନ ଛିଣ୍ଡାଇଲେଣି ତ ଆଉ ପୁଣି କେତେବେଳେ ପଇସା ବ୍ୟାଗ ଧରି ଚମ୍ପଟ ମାରିଲେଣି ।ଏମିତି ଏକ ଘଟଣା ଘଟିଛି ସୋନପୁର ବସଷ୍ଟାଣ୍ଡରେ ।ଆଜି ସୋନପୁର ବ୍ଲକ ସାହାଜବାହାଲ ଗାଁର ସନ୍ତୋସିନୀ ସ୍ୱଂୟ ସହାୟକ ଗୋଷ୍ଠୀର ୨ ମହିଳାଙ୍କ ଠାରୁ ୧ଲକ୍ଷ ୮ ଶହ ଲୁଟିନେଇଛନ୍ତି ଲୁଟେରା ।ସୂଚନାଅନୁଯାୟୀ, ଆଜି ସୟଂ ସହାୟକ ଗୋଷ୍ଠୀର ଦୁଇ ସଦସ୍ୟ ସୋନପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ଏକ ଲକ୍ଷ ଟଙ୍କା ଉଠାଇଥିଲେ । ସେମାନେ ଉଠାଇଥିବା ଏକ ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଥିବା ୮ଶହ ଟଙ୍କା ସହ ମୋବାଇଲ ଫୋନ ଏକ ବ୍ୟାଗରେ ଧରି ଯାଉଥିଲେ । ହେଲେ ସୋନପୁର ବସଷ୍ଟାଣ୍ଡ ସାମ୍ନାରେ ଦୁଇଜଣ ଯୁବକ ଏକ ବାଇକରେ ଆସି ବ୍ୟାଗଟି ଛଡାଇ ଚମ୍ପଟ ମାରିଥିଲେ । ମହିଳାମାନେ ପାଟି କରିଥିଲେ ବି ଅପରାଧିମାନେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଏଣୁ ଏବେ ଘଟଣାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।