ଦିନ ଦ୍ୱିପ୍ରହରେ ଗୁଳିକରି ନେତାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

0

ନେତାଙ୍କ ହତ୍ୟା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ହତ୍ୟାର ଶିକାର ହେଲେ ଜଣେ ନେତା । ଦିନ ଦ୍ୱିପ୍ରହରେ ହୋଇଚି ହତ୍ୟା ।ହତ୍ୟାର ଶିକାର ହୋଇଛନ୍ତି ଟିଏମସି ନେତା ଅମୋଦ ଅଲ୍ଲୀ ବିଶ୍ୱାସ । ପଶ୍ଚିମବଙ୍ଗର ନଦିୟାର ହଂସଖଲୀ ଥାନା ରାମନଗର ଚମ୍ପାରିୟା ଗାଁରେ ଘଟିଛି ଏଭଳି ଘଟଣା । ସବୁଦିନ ଭଳି ନେତା ଜଣକ ବଜାରକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଦୋକାନ ବାହାରକୁ ଡାକି ଗୁଳିମାଡ କରିଥିଲେ । ନେତା ଜଣକ ଘଟଣା ସ୍ଥଳରେ ଟଳି ପଡିଥିଲେ ।
ସୂଚନାନୁସାରେ ଟିଏମସି ନେତା ବିଶ୍ୱାସ ବଜାରରେ ଏକ ଚା’ କୋଦାନରେ ବସିଥିଲେ । ଏହି ସମୟରେ ଏଭଳି ଘଟଣା ଘଟିଥିଲା । ଯେଉଁମାନେ ଗୁଳିମାଡ କରିଥିଲେ, ସେମାନେ ମୁହଁରେ କପଡା ବାନ୍ଧିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।