ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଲମ୍ବିଥିଲା ଚେର

0

ସୁରଟ-: ଓଡ଼ିଶାରୁ ଗଞ୍ଜେଇ ନେଇ ସୁରଟରେ କାରବାର । ସୁରଟ ପୋଲିସ ହାତରେ ଧରା ପଡ଼ିଲେ ୨ ଓଡ଼ିଆ କଲେଜ ଛାତ୍ର । ସେମାନଙ୍କ ଠାରୁ ୧୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ତେବେ ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଗଞ୍ଜେଇ କାରବାରର ଚେର ଲମ୍ବିଥିବା ଜାଣିବାକୁ ପାଇଛି ପୋଲିସ ।

ସୂଚନା ଅନୁସାରେ, ଓଡ଼ିଶାରୁ ସୁରଟକୁ ଗଞ୍ଜେଇ ଆସୁଥୁବା ନେଇ ସୁରଟର ସାରୋଲି ପୋଲିସ ବିଶେଷ ସୁତ୍ରରୁ ଜିଣିବାକୁ ପାଇଥିଲା । ପୋଲିସକୁ ମିଳିଥିବା ସୂଚନା ଆଧାରରେ, କାମରେଜରୁ ଆସୁଥିବା ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ସାରୋଲି-ନିୟୋଲ ଆଉଟପୋଷ୍ଟ ନିକଟରେ ଅଟକାଯାଇଥିଲା । ପୋଲିସ ତଲାସୀ ସମୟରେ ସେମାନଙ୍କୁ ଠାରୁ ୧୮.୧୭୭ କିଲୋଗ୍ରାମ ଗଞ୍ଜେଇ, ମୋବାଇଲ୍ ଫୋନ୍ ଓ ୨.୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି ।

ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ବିକାଶ ପାଢ଼ୀ ଏବଂ ଚନ୍ଦ୍ରମଣି ପ୍ରଧାନ । ମୁଖ୍ୟ ଅଭିଯୁକ୍ତ ବିକାଶ ପାଢୀ ଆରସିଏମ କଲେଜର ତୃତୀୟ ବର୍ଷର ବି.କମ ଛାତ୍ର । ସେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ପ୍ରଭାକର ପ୍ରଧାନନ ମଧ୍ୟ ଗଞ୍ଜାମ ଜିଲ୍ଲାର ବାସିନ୍ଦା । ଉଭୟ ଅଭିଯୁକ୍ତ ଦୁଇ ବର୍ଷ ପୂର୍ବେ ଗୋଟିଏ କଲେଜରେ ପାଠପଢ଼ୁଥିଲେ । ସେଠାରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ହୋଇଥିଲା । ପରେ, ଦୁହେଁ ଗଞ୍ଜେଇ ଚୋରା ଚାଲାଣ କରି ଟଙ୍କା ରୋଜଗାର କରିବା ପାଇଁ ଏକ ଯୋଜନା କରିଥିଲେ । ଦୁହେଁ ସୁରଟକୁ ଗଞ୍ଜେଇ କାରବାର କରିବା ଆରମ୍ଭ କରିଥିଲେ ।