ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡି

0

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ବେଳେ ଅଘଟଣ । ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡି । ମାର୍କେଟ ଛକ ନିକଟରେ ଦଉଡି ଛିଣ୍ଡିବାରୁ ଘଟିଛି ଅଘଟଣ । ରଥ ଦଉଡ଼ି ଛିଡ଼ିବାରୁ ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। କୋଟିକୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁଙ୍କ ରଥକୁ ଟାଣିନେଇଥିଲେ ସେବାୟତ, ପୁଲିସ ଓ ଭକ୍ତ।