୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

0

ଝାରସୁଗୁଡ଼ା: ଝାରସୁଗୁଡା ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି । ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିଛି ।କିରମୀରା ବ୍ଲକ ଦାୟିତ୍ୱ ରେ ରହିବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ,କୋଲାବୀରା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସରୋଜ ମେହେର,ଝାରସୁଗୁଡା ପାଇଁ ଅରୁଣ ସାହୁ, ପଦ୍ମନାଭ ବେହେରା,ଲାଇକେରା ପାଇଁ ପ୍ରତାପ କେଶରୀ ଦେବ, ଦିବ୍ୟସଙ୍କର ମିଶ୍ର । ସେହିପରି ଝାରସୁଗୁଡ଼ା ମ୍ୟୁନିସିପାଲିଟି ଦାୟିତ୍ୱରେ ରହିବେ ୪ ବରିଷ୍ଠ ନେତା । ସେମାନେ ହେଲେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ । ଏନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।