ସଟର ଭାଙ୍ଗି ସୁନା ଦୋକାନରେ କଳାକନା ବୋଲେଇଲେ ଦୁବୃର୍ତ୍ତ

0

ଖୋର୍ଦ୍ଧା– ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ । ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକରେ ଥିବା ପଟ୍ଟନାୟକ ଜୁଏଲର୍ସ ନାମକ ସୁନା ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନ ସଟର ଭାଙ୍ଗି ଲୁଟ୍ କରିଛନ୍ତି । ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଜୁଏଲର୍ସର ମାଲିକ ଏତଲା ଦେଇଛନ୍ତି । ଏତଲା ଆଧାରରେ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ କେଉଁମାନେ ଏହି ଲୁଟ୍ ଘଟଣାରେ ସଂପୃକ୍ତ ଅଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।