ଅନ୍ତିମ ସଂସ୍କାର କରିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାର ର ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡାର ଡିମୁଣ୍ଡି ଗାଁରେ

0

ବ୍ୟୁରୋ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡିମୁଣ୍ଡି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଡିମୁଣ୍ଡି ଗାଁର ସନ୍ତୋଷ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ଜାତି ଭାଇ ଓ ବନ୍ଧୁବାନ୍ଧଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାରି ହେବାକୁ ପଡିଛି । ଡିମୁଣ୍ଡି ଗାଁ ପାଖରେ ଥିବା ଉତ୍କଳ ଆଲୁମିନା କମ୍ପାନୀର ପାଚେରୀ ଯୋଗୁଁ ଗାଁ ମଶାଣୀକୁ ଏବେ ୫ କିଲୋମିଟର ବାଟ ପଡୁଛି । ସନ୍ତୋଷ ନାଏକଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ମୃତଦେକୁ ଧରି ୫ କିଲୋମିଟର ବାଟ ବୁଲିବା ପରେ ବିପଦ ସଙ୍କୁଳ ଅବସ୍ଥାରେ ଭରା ନଦୀରେ ରଶି ସାହାଯ୍ୟରେ ଅଣ୍ଟାଏ ପାଣିରେ କୋକେଇ ପାରି କରିଛନ୍ତି ଆତ୍ମୀୟ ସ୍ୱଜନ । ମୃତଦେହର ଦାହ ପାଇଁ କାଠକୁ ମାନବଶୃଙ୍ଖଳା କରି କାଠକୁ ନଈ ପାରି କରିଥିଲେ । ଏହା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୂର୍ବରୁ ଗାଁ ଶ୍ମଶାନକୁ ସିଧା ରାସ୍ତା ରହିଥିଲା । ହେଲେ ଉତ୍କଳ ଆଲୁମିନା କମ୍ପାନୀ ପାଚେରୀ ବୁଲାଇବା ପରଠୁ ଗାଁ ଶ୍ମଶାନକୁ ଯିବା ରାସ୍ତା ବନ୍ଦ ହୋଇଛି ।