ବସ୍ ମାଲିକ ସଂଘ ପକ୍ଷରୁ ହୋଇଥିବା ୮ଦଫା ଦାବି

0

ଭୁବନେଶ୍ୱର:ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ହୋଇଥିବା ୮ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଳମ୍ବ କରୁଛନ୍ତି । ଗତ ୬ ମାସ ଧରି ଘରୋଇ ବସ ମାଲିକ ସଂଘ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଜୁଲାଇ ୧ ତାରିଖରୁ ରାଜ୍ୟରେ ଘରୋଇ ବସ୍ ଚଳା ଚଳ ବନ୍ଦ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଚେତାବନୀ ଦେଇଛନ୍ତି ।