ରଥଯାତ୍ରାରେ ପୁରୀ ଆଣି ଛାଡିଥିଲା ପୁଅ, ଖବର ପ୍ରକାଶ ପରେ ଖୋଜା ପଡ଼ିଲେ ବାପା

0

ପୁରୀ: ଯେଉଁ ପୁଅକୁ ଦିନେ କାନ୍ଧରେ ବସାଇ ରଥ ଦେଖାଇଥିଲେ, ସେହି ପୁଅ ରଥ ସାମ୍ନାରେ ଛାଡ଼ି ଦେଇ ଚାଲିଗଲା । ପାଳି ପୋଷି ବଡ଼ କରିଥିବା ବାପା ହଠାତ ଅଲୋଡ଼ା ପାଲଟିଗଲା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କର, ଶିବରାମ, ସମୀର, ଶଙ୍କର ଓ ସୁଶାନ୍ତ ନାମକ ତାଙ୍କର ୪ ପୁଅ ଅଛନ୍ତି । ପ୍ରତି ପୁଅ ମାସେ ଲେଖାଏଁ ପାଳି କରି ତାଙ୍କୁ ପୋଷୁଥିଲେ । ହଠାତ ଜଗବନ୍ଧୁଙ୍କର ରଥଯାତ୍ରା ଦେଖିବାକୁ ମନ ବଳିଥିଲା । ତେଣୁ ପୁଅମାନଙ୍କୁ କହିଥିଲେ । କେହି ଆଣିବାକୁ ରାଜି ହୋଇ ନଥିଲେ । ଜିଦ୍‌ ଧରିବାରୁ ପୁଅ ସମୀର ତାଙ୍କୁ ନେଇ ପୁରୀ ଆସିଥିଲା । କିନ୍ତୁ ପୁଅ ତାଙ୍କୁ ଘରକୁ ନେଇ ନଥିଲା । ବାପା ତୁମେ ଏଠାରେ ତୀର୍ଥ କର ବୋଲି କହି ରଥ ସମ୍ମୁଖରେ ଛାଡ଼ିଦେଇ ଘରକୁ ଫେରିଗଲା ପୁଅ ।

ଅନ୍ୟପକ୍ଷେ ପୁଅକୁ ନପାଇବା ପରେ, ପୁଅ ପାଇଁ ଏବେ ସେ ଅଲୋଡ଼ା ହୋଇ ଯାଇଥିବା କଥା ଭାବି କାନ୍ଦି ଗଳି କନ୍ଦି ବୁଲି ଭୋକ ଉପାସରେ ୧୨ ଦିନ କାଟିଥିଲେ ।କିନ୍ତୁ ଗତ ୧୨ ତାରିଖରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଗୋଡ଼ହାତ ସହ ଦେହରେ କ୍ଷତ ସୃଷ୍ଟି ହୋଇଥିଲା । ସେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ତେବେ ବୃଦ୍ଧଙ୍କ ସମସ୍ୟା ସମ୍ପର୍କରେ ପୁରୀର ସ୍ୱେଚ୍ଛାସେବୀ ଚନ୍ଦ୍ରଶେଖର ମିଶ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ପରେ ଘଟଣା ପଦାକୁ ଆସିଥିଲା ।ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଅନ୍ୟପଟେ ମିଡ଼ିଆରୁ ଖବର ପାଇ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ଆସି ତାଙ୍କୁ ପୁରୀ ମେଡିକାଲରୁ ନେବା ପାଇଁ ପହଞ୍ଚିଛନ୍ତି। ତେବେ ରାସ୍ତା ମଝିରେ ପୁଅ ବାପାଙ୍କୁ ଛାଡି ଚାଲିଯିବା ଘଟଣା ନେଇ ଯେଉଁ ଖବର ଗଣମାଧ୍ୟମ ରେ ପ୍ରକାଶ ପାଇଛି ତାହା ସମ୍ପୂର୍ଣ ଭୁଲ ବୋଲି ବୃଦ୍ଧ ବ୍ୟକ୍ତିଙ୍କ ବଡ ପୁଅ କହିଛନ୍ତି।

ଜଗବନ୍ଧୁଙ୍କ ବଡ ପୁଅ ଶିବରାମ କହିଛନ୍ତି ଗତ ବାହୁଡା଼ରେ ତାଙ୍କ ସାନ ଭାଇ ସମିର ବାପାଙ୍କୁ ଧରି ପୁରି ଆସିଥିବା ବେଳେ ଗୁଣ୍ଡିଚା ମନ୍ଦୀର ନିକଟରେ ଏକ ମଠରେ ରହିଥିଲେ। ତେବେ ସକାଳୁ ବାପା ବ୍ରଜବନ୍ଧୁ ନାୟକ ଶୌଚ ହେବା ପାଇଁ ଆସି କୁଆଡେ ପଳାଇ ଥିଲେ। ତାଙ୍କ ବାପାଙ୍କ ବୟସ ୬୫ ବର୍ଷ ଓ ତାଙ୍କ ର ଜାଣିବା ଶକ୍ତି କମ ରହିଛି ବୋଲି ପୁଅ କହିଛନ୍ତି। ଫଳରେ ବ୍ରଜବନ୍ଧୁ ମଠକୁ ନଆସି ପୁରୀର ମାଳତୀ ପାଟ ପୁର ଚାଲିଚାଲି ପଳାଇ ଥିଲେ। ପରେ ସଦର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ପୁରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେ ପୁରୀ ମେଡିକାଲ ଆସି ବାପାଙ୍କୁ ପାଇଛନ୍ତି। ପୂର୍ବରୁ ସେ ବିଭିନ୍ନ ସୋସିଆଲ ମିଡ଼ିଆରେ ବାପାଙ୍କ ନିଖୋଜ ଖବର ଦେଇଥିଲେ ବୋଲି କହିଛନ୍ତି। ପୁରୀ ଟାଉନ ଥାନାରେ ମଧ୍ୟ ନିଖୋଜ ନେଇ ପୋଲିସକୁ ଖବର ଦେଇଥିଲେ। ତେବେ ତାଙ୍କ ବାପା ଜାଣିବା ଶକ୍ତି କମ ଥିବା ରୁ ଗଣମାଧ୍ୟମ ରେ ଠିକ୍ ରେ ତଥ୍ୟ ଦେଇ ପାରିନାହାନ୍ତି। ଏଣୁ ଏହାକୁ ଭୁଲ୍ ଭାବେ ପ୍ରକାଶ କରାଯାଇଛି। ଡାକ୍ତର ଶହ ପରାମର୍ଶ ପରେ ସେ ତାଙ୍କ ବାପା ଙ୍କୁ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ଜଗବନ୍ଧୁଙ୍କ ପୁଅ କହିଛନ୍ତି।