ପିଇସୀକୁ ତଣ୍ଟିଚିପି ହତ୍ୟାକଲା ପୁତୁରା,

0

(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) ; ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ନଗିରା ପଞ୍ଚାୟତ ତନଗୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ତନଗୁଳା ଗ୍ରାମର ଜଣେ ମହିଳାଙ୍କୁ ନିଜ ପୁତୁରା ତଣ୍ଟିଚିପି ହତ୍ୟା କରିଛି । ପରେ ଅଭିଯୁକ୍ତ ପୁତୁରା ଜଣଙ୍କ ନିଜେ ପାଲଲହଡା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ତନଗୁଳା ଗ୍ରାମର ପୁଟୁକି ଦେହୁରୀ ନାମକ ଜଣେ ମହିଳା ଘରେ ଏକା ଥିବା ସମୟରେ ନିଜ ସମ୍ପର୍କୀୟ ପୁତୁରା ରଞ୍ଜା ଦେହୁରୀ ତାଙ୍କ ଘରକୁ ଆସିଥିଲା । ତେବେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜା ନିଜ ପିଇସୀ କୁ ତଣ୍ଟି ଚିପି ହତ୍ୟା କରିଥିଲା । ପୁଟୁକିର ମୃତଦେହକୁ ଘରର ଏକ କୋଣ ରେ ପକାଇ ଦେଇଥିଲା ।ଗତକାଲି ପାଲଲହଡା ଥାନାରେ ରଞ୍ଜା ପହଞ୍ଚି ସମସ୍ତ ଘଟଣା ପ୍ରକାଶ କରିଥିଲା। ରାଗରେ ସେ ନିଜ ସମ୍ପର୍କୀୟ ଅପାକୁ ହତ୍ୟା କରିଥିବା ଥାନାରେ ସ୍ୱୀକାର କରିଥିଲା । ଅନ୍ୟପଟେ ମୃତ ପୁଟୁକି ଦେହୁରୀଙ୍କ ସ୍ୱାମୀ ଆକୁଳ ଦେହୁରୀ ଅନୁଗୁଳର କୌଣସି ସ୍ଥାନରେ ଶ୍ରମିକ ରୂପେ କାମ କରିଆସୁଥିଲା । ଏ ଘଟଣା ସମ୍ପର୍କରେ ପାଲଲହଡା ଥାନାରେ ଶୁକ୍ରବାର ଏକ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଅନୁସନ୍ଧାନ ଚଲାଇଛି । ଥାନା ଅଧିକାରୀ କିଶୋର କୁମାର ସାମଲ ଏକ ଟିମ ଗଠନ କରି ଉକ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୁଲିସ । ଅନ୍ୟପଟେ ପାରିବାରିକ କଳହ ପାଇଁ ଏହି ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି। ତେବେ ଅଭିଯୁକ୍ତ ପୁତୁରା ରଞ୍ଜାକୁ ଅଟକ ରଖଯାଇଛି।ଅନୁସନ୍ଧାନ ଯାରିରହିଛି ବୋଲି ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲ ନିଜର ମତ ପ୍ରକାଶ କରିଛନ୍ତି ।