ଭୁବନେଶ୍ୱର : ଶୂନ୍ୟକାଳରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହା ପଦକ୍ଷେପ ନିଆଯାଉଛି, ତାହା କେବଳ ଧର୍ମକୁ ଆଖି ଠାର ଭଳି । ଶିକ୍ଷକ ସଂଘ ସଚିବଙ୍କ ସହ ଆଲୋଚନା କରିଥିଲେ । ସେ କହିଲେ ମୁଁ ନୂଆ ଆସିଛି ,ବୁଝିବି କଣ ହୋଇଛି । ଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ଅଛନ୍ତି । ଶୂନ୍ୟକାଳରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ମୋହନ ମାଝୀଙ୍କ ମନ୍ତବ୍ୟ ରହିଥିଲା ଯେ, ଶିକ୍ଷକ ମାନେ ଗାନ୍ଧୀ ମାର୍ଗରେ ଆଜିକୁ ୩ ଦିନ ହେବ ରାତି ଦିନ ଏକ କରି ପଡିଛନ୍ତି । ଏତେ ବଡ଼ ଆନ୍ଦୋଳନ ମାତ୍ର ଗୃହରେ ଏହି ପ୍ରସଙ୍ଗ ଉଠାଇଲେ କୌଣସି ସ୍ପଷ୍ଟ ଉତ୍ତର ମିଳୁ ନାହିଁ । ମନ୍ତ୍ରୀ ଯାଇ ସେଠି ପ୍ରଚାରରେ ମତିଛନ୍ତି । ଏଠି ଶିକ୍ଷକଙ୍କ ଦୁଖଃ ଦେଖିବାକୁ କି ବୁଝିବାକୁ କେହି ନାହିଁ । ତାପରେ ଅମର ପ୍ରସାଦ ଶତପଥୀ ଙ୍କ ମନ୍ତବ୍ୟ ରହି ଥିଲାକି, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ପାଲଟା କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ଅମର ଶତପଥୀ ।
ଏନଡିଏ ଆସିବା ପରେ କାହିଁକି ସର୍ବ ଶିକ୍ଷା ଅଭିଯାନ ବନ୍ଦ ହେଲା ବୋଲି ପ୍ରଶ୍ନ କଲେ । ସେଥିରେ ଶିକ୍ଷକ ନିଯୁକ୍ତି ହେଉଥିଲା, ସ୍କୁଲ ନିର୍ମାଣ ହେଉଥିଲା । ଏ କଣ ଅଛେ ଦିନ? ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଲେ,ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଚେତନ ରହିଛନ୍ତି । ଗତକାଲି ସଚିବ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି । ଦୀର୍ଘ ୪୫ ମିନିଟ ଧରି ଆଲୋଚନା ହୋଇଛି । ବିଭାଗୀୟ ସଚିବ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି । ଆମେ ଆଲୋଚନାର ଦ୍ୱାର ବନ୍ଦ କରି ଦେଇନୁ । ଆନ୍ତଃ ବିଭାଗୀୟ ବିଷୟ ବସ୍ତୁ କିଛି ରହୁଥିବାରୁ ତା ଉପରେ ଆଲୋଚନା ଚାଲିଛି । ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି । ସେଠି ଶିକ୍ଷକ ସଂଘ ସହ ଆଲୋଚନା କରିବେ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଜିଦ ଅଟଳ ରହିଛନ୍ତି ବିରୋଧୀ । ଗୃହରେ ପ୍ରବଳ ହଟ୍ଟଗୋଳ । ପୁଣି ଥରେ ଗୃହକୁ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।