ଭୁବନେଶ୍ୱର : ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା କିନ୍ତୁ ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ । ଆଜି ୨୧ ମନ୍ତ୍ରୀରୁ ୧୭ରୁ ୧୮ ମନ୍ତ୍ରୀ ଅନୁପସ୍ଥିତ । ବାଚସ୍ପତି ଏହାର ମଧ୍ୟ ଯଥାର୍ଥ ଉତ୍ତର ଦେଇପାରିଲେନି । ଏହା ଏକ ନିର୍ଲଜ ସରକାର । ରାଜ୍ୟ ସରକାର ପାଇଁ ବିଧାନସଭା ବଡ଼ ନା ପଦ୍ମପୁର ଉପ ନିର୍ବାଚନ ବଡ଼ । ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ସେଥିପାଇଁ ଆଜି ଆମେ ଧାରଣା ଦେଲୁ, ଯେ ପର୍ୟ୍ୟନ୍ତ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେବେ ନାହିଁ ଆଗାମୀ ଦିନରେ ବିଧାନସଭାରେ ଉଠାଇବୁ ।