ଭୁବନେଶ୍ୱର : ରାଜ୍ୟରେ ସ୍କ୍ରାପ ହେବ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି । ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ବ ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ କରାଯିବ । ଏଥି ମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମଟର ସାଇକେଲ/ସ୍କୁଟର ରହିଛି । ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡିକୁ ସ୍କ୍ରାପ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ସେହିପରି ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟ ନେସ ରହିଛି। ଫିଟନେସ ନଥିବା ଗାଡ଼ିକୁ ସ୍କ୍ରପିଁ ପାଇଁ ରାଜ୍ୟ ସରକାର ସ୍କ୍ରପିଁ ପଲିସି ୨୦୨୨ ପ୍ରଣୟନ କରାଯାଇଛି। ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସମସ୍ତ ୧୫ ବର୍ଷରୁ ଅଧିକ ଯାନ ଗୁଡିକ ମାର୍ଚ୍ଚ ୨୦୨୩ ସୁଦ୍ଧା ସ୍କ୍ରାପ କରିବା ପାଇଁ ରାଜ୍ୟ ସରକାର ନିସ୍ପତ୍ତି ନେଇଛନ୍ତି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।