ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି

0

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଶ୍ରୀ ହରିଶ ଚନ୍ଦ୍ର ନାୟକଙ୍କୁ ଭୁବନେଶ୍ୱରର ଅତିରିକ୍ତ ମିଶନ ନିର୍ଦ୍ଦେଶକ ଭାବରେ ସ୍ଥାନାନ୍ତର କରାଯାଇଛି। ଶ୍ରୀମତୀ ବବିତା ମହାନ୍ତିଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ  ବଦଳି କରାଯାଇ FE ଏବଂ CC ବିଭାଗର  ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଶ୍ରୀମତୀ ଶୁଭ୍ରା ମହାନ୍ତିଙ୍କୁ ପଞ୍ଚାୟତିରାଜ ପାନ୍ୟଜଳ ବିଭାଗକୁ ସ୍ୱତନ୍ତ୍ର ସଚିବ ଭାବରେ ବଦଳି କରାଯାଇଛି ।