ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଚୁକ୍ତିଭିତିକ କର୍ମଚାରୀଙ୍କ ବାବଦରେ ବଡ ନିଷ୍ପତ୍ତି ହୋଇଛି । ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଇନିସିଆଲ ଆପଏଂଟି କୁହାଯିବ । ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି । ଏଥିପାଇଁ ପ୍ରତିବର୍ଷ ୨୫୦ କୋଟିର ବ୍ୟୟ ବରାଦ ହେବ । ମେଡିକାଲ ଭଳି ବିଭିନ୍ନ ସୁବିଧା ଠିକା କର୍ମଚାରୀ ପାଇପାରିବେ । ରାଜ୍ୟ ସରକାରୀ କର୍ମଚାରୀମାନେ ଯେଉଁମାନେ ନ୍ୟାସନାଲ ପେନସନ୍ ସିଷ୍ଟମରେରେ ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ୧୦ ପ୍ରତିଶତରୁ ୧୪% କରିଛନ୍ତି ରାଜ୍ୟ ସରକାର । ଯାହା ୧ ଏପ୍ରିଲ ୨୦୧୯ରୁ ଲାଗୁ ହେବ । ବର୍ଷକୁ ଏଥିପାଇଁ ୩୮୦ କୋଟି ଖର୍ଚ୍ଚ ହେବ । ୭୭୨ କୋଟି ଏରିଅର ଭାବେ ଜମା କରିବେ ସରକାର । ଚାକିରୀ ସମୟରେ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ପେନସନ ମିଳିବ । ସବୁ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ ହେବ ।
୧୬ ପ୍ରସ୍ତାବରେ ଉପରେ ମୋହର ଲାଗିଛି । ଲୋକସେବା ଭବନ ଆଜି ବସିଥିଲେ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି ।