ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ: ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର

0

ଭୁବନେଶ୍ୱର : ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଞ୍ଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । ଗତ ଗୁରୁବାର ଘଟଣା ସ୍ଥଳକୁ ଯାଇ ଜବରଦଖଲ ହୋଇଥିବା କେନାଲ ଖୋଳିଥିଲେ ସାଂସଦ ।

ସାଂସଦଙ୍କ ଅଭିଯୋଗ ମୁତାବକ, ଏହି ଅଞ୍ଚଳରେ ୧୫୦ ଏକର ଚାଷ ଜମି କିରୁଥିକା ପ୍ରଭାକରନ୍‌ ତାରବାଡ଼ ଘେରାଇ ରଖିଛନ୍ତି । ଏହି ଜମି ଦେଇ କେନାଲ୍‌ ଯାଇଛି । ଯାହା ଫଳରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଦୁଇ ବର୍ଷ ହେଲା ଚାଷ ଜମି ଜଳସେଚିତ ହୋଇ ପାରୁ ନାହିଁ । ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପାଣି ଆସିପାରୁନଥିବାରୁ ଚାଷ ହୋଇ ପାରୁନାହିଁ । ଏଭଳି ଅଭିଯୋଗ ଆସିବା ପରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ । କିନ୍ତୁ କୌଣସି ଉତ୍ତର ଆସିନଥିଲା କିମ୍ବା ଜଳସେଚନ ବିଭାଗକୁ ଏହି ମର୍ମରେ କୌଣସି ନିର୍ଦ୍ଦେଶ ମଧ୍ୟ ଦିଆଯାଇନଥିଲା ।