ରାଜ୍ୟ ସରକାର ନିଜ ଭୂମିକା ବାବଦରେ ଆତ୍ମସମୀକ୍ଷା କରିବା ସହ ବିଚାର କରନ୍ତୁ । ଅପରାଧୀ ଦଣ୍ଡ ପାଉ ଏବଂ ଅପରାଧୀକୁ ପ୍ରଶୟ ଦେଉଥିବା ବ୍ୟକ୍ତି ମଧ୍ୟ ଦଣ୍ଡ ପାଉ । କିନ୍ତୁ ସଂପୂର୍ଣ୍ଣ ବିଶ୍ଵବିଦ୍ୟାଳୟର ସମସ୍ତଙ୍କୁ ଦୋଷୀ ନଭାବନ୍ତୁ । ତଦନ୍ତ କମିଟିର ଦକ୍ଷତା ଉପରେ ସନ୍ଦେହ ନାହିଁ । କିନ୍ତୁ ତଦନ୍ତର ଫଳାଫଳ ଆସିଲା ନାହିଁ । ମନ୍ତ୍ରୀ ଜବାବ ଦିଅନ୍ତୁ, ତଦନ୍ତ କମିଟି ରିପୋର୍ଟ କେତେ ଦିନରେ ଆସିବ। ରିପୋର୍ଟ ସାର୍ବଜନୀନ କରନ୍ତୁ ଏବଂ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ।
କିଟ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ବିଶ୍ଳେଷଣ କରିବାକୁ ବ୍ୟଥା ଅନୁଭବ କରୁଛି । ପ୍ରଶ୍ନ ଉଠୁଛି ଏ ଘଟଣା ଘଟିଲା କାହିଁକି ? କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା । ପାଞ୍ଚ ସପ୍ତାହ ଧରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଲେ ସୁଦ୍ଧା କର୍ତ୍ତୃପକ୍ଷ କିଛି ଶୁଣିଲେ ନାହିଁ । ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କରେ ଆଞ୍ଚ ଆସିଲା । ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ଅଣାୟତ୍ତ ହୋଇଗଲା, ଦାଇତ୍ୱ ସମ୍ପନ୍ନ ବ୍ୟକ୍ତି କେବେ ଏମିତି କହିବେ ନାହିଁ । ଏହା ଏକ ଅପରାଧ ।
ତୁମ ଦେଶ ଜିଡିପି ଠାରୁ ଆମ କଲେଜ ବଜେଟ ଅଧିକ, ଏଭଳି ମନ୍ତବ୍ୟ ଆଦୌ କ୍ଷମା ଯୋଗ୍ୟ ନୁହେଁ । ଏଭଳି ମନ୍ତବ୍ୟ ଦେଇଥିବା ପ୍ରଫେସର, ଯେତେବେଳେ ନେପାଳ ପ୍ରଧାନମନ୍ତ୍ରୀ ଟୁଇଟ କଲେ, ରାଜ୍ୟ ସରକାର ହସ୍ତକ୍ଷେପ କଲେ । ବର୍ତ୍ତମାନ ସୁଦ୍ଧା 800 ପିଲା ଫେରି ନାହାନ୍ତି ।