ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ୨୫ ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି

0

ଭୁବନେଶ୍ବର: ଓଡିଶାର ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ୨୫ ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ୨୫ ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଅନୁମୋଦନ ଲାଭ କରିଥିବା ଏହି ସବୁ ପ୍ରକଳ୍ପରେ ୫୮୨୭.୨୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ୨୫, ୨୯୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତା’ଛଡା ୩ଟି ବୃହତ ପ୍ରକଳ୍ପ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ନିକଟକୁ ସୁପାରିସ କାରାଯାଇଛି । ଗତକାଲି ମୁଖ୍ର ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ୧୧୫ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ୟ୍ୟଟନ, ଆଇଟି ଭିତ୍ତିଭୂମି, ଆଇଟି ଓ ଇଏସଡିଏମ, ଫାର୍ମାସିଟିକାଲ, ପ୍ଲାଷ୍ଟିକ, କେମିକାଲ ଓ ପେଟ୍ରୋକେମିକାଲ,ଷ୍ଟିଲ,ଟେକ୍ଷ୍ଟାଇଲ ଆଦି କ୍ଷେତ୍ରରେ ୨୫ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ସହ ଅନୁମୋଦନ କରାଯାଇଥିଲା ।