ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ବାବଦରେ ମୁହଁ ଖୋଲିଲା ପରିଚାଳନା କମିଟି: ହ୍ୟୁମାନ ରାଇଟସ ଦ୍ବାରସ୍ଥ ହେବ କମିଟି

0

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡ଼ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ପ୍ରଧାନ ଶିକ୍ଷକ ଦରମା ବନ୍ଦକୁ ବେଆଇନ ଦର୍ଶାଇଛି ପରିଚାଳନା କମିଟି । ଗତ କିଛି ଦିନ ହେଲା ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିଗତ ଦିନର ବିଶୃଙ୍ଖଳିତ ଆଚରଣ ତଥା ପିଲା ମାନଙ୍କୁ ନିର୍ଯ୍ୟାତନାର ଅଭିଯୋଗ କ୍ରମେ ପରିଚାଳନା କମିଟି ତାଙ୍କ ଦରମା ସ୍ଥଗିତ ରଖିଥିଲା । ସୁରେଖା ମଲ୍ଲିକଙ୍କ କାରଣ ଦର୍ଶାଅ ଉତ୍ତର ମିଥ୍ୟା ତଥା  ଅବାସ୍ତବ ଥିବା ଯୋଗୁଁ ଦରମା ସ୍ଥଗିତ ନିଷ୍ପତ୍ତି ପରିଚାଳନା କମିଟି ବଳବତ୍ତର ରଖିଥିଲା   । ଜିଲ୍ଲା ଶିକ୍ଷା ଅଧିକାରୀ , ବାରିପଦା ଙ୍କ       ନିର୍ଦ୍ଦେଶରେ ଗତ ୧୪-୦୨-୨୦୨୫ ରିଖ ଏକ ତଦନ୍ତ କମିଟି ବିଦ୍ୟାଳୟକୁ ପଠାଇଥିଲେ ଯେଉଁଥିରେ  ଏଡିଇଓ , ବାରିପଦା ଓ ବିଇଓ, ତିରିଙ୍ଗ ଆସି ତଦନ୍ତ କରିଥିଲେ  । ତଦନ୍ତ କମିଟି ପାଞ୍ଚ ଦିନ ଭିତରେ ସମସ୍ତ ରିପୋର୍ଟ ବିଦ୍ୟାଳୟକୁ ପଠାଇବେ ବୋଲି ମୌଖିକ ଭାବେ ପରିଚାଳନା କମିଟିକୁ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରଦାନ କରିନଥିବାରୁ ଏହା ଏକ ସନ୍ଦେହ ଜୋନକ ବୋଲି ପରିଚାଳନା କମିଟି କହିଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ନମ୍ୱର ୨୧୩୦ / ୨୪-୨-୨୦୨୫ ଅନୁଯାୟୀ ସୁରେଖା ମଲ୍ଲିକଙ୍କ ଦରମା ବନ୍ଦ ଯୋଗୁଁ ଭାରପ୍ରାପ୍ତ  ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଆସିଛି । ଯାହାକି ଏହା ଆଇନ ଅନ୍ତର୍ଭୁକ୍ତ ନୁହେଁ ବୋଲି ପରିଚାଳନା କମିଟି କହିଛି କାରଣ ସୁରେଖା ମଲ୍ଲିକଙ୍କ ଦରମା ସ୍ଥଗିତ ନିର୍ଦ୍ଦେଶ ପରିଚାଳନା କମିଟିର ଥିଲା ବୋଲି  ବିଦ୍ୟାଳୟର ସଭାପତି କହିଛନ୍ତି ।  ବିଦ୍ୟାଳୟର ତଦନ୍ତ ରିପୋର୍ଟ ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ନ ଦିଅନ୍ତି ତେବେ ବାଧ୍ୟ ହୋଇ  ହ୍ୟୁମାନ ରାଇଟସ ର ଦ୍ୱାରସ୍ଥ ହେବେ ବୋଲି ବିଦ୍ୟାଳୟର ପରିଚାଳନା କମିଟି କହିଛି ।