ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ବଡ ନିଷ୍ପତ୍ତି

0

ନୂଆଦିଲ୍ଲୀ: ବାଣ ଫୁଟାଇବା ନେଇ ସୁପ୍ରିମ କୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୧୮ରେ ସୁପ୍ରିମ କୋର୍ଟ ସାରା ଦେଶରେ ବାଣଫୁଟାଇବାକୁ ବ୍ୟାନ କରାଯାଇଥିଲା । ଏବେ ମଧ୍ୟ ଯାରି ରହିଛି ସେହି ନିଷ୍ପତ୍ତି । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣକୁ ଅନୁମତି ଦିଆଯିବ । ଏହାସହ ବାଣ ତିଆରିରେ ବାରିୟମ କେମିକାଲ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ବାଣ ତିଆରିରେ ବାରିୟମ୍କୁ କେମିକାଲ୍ ରୂପେ ବ୍ୟବହାର ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ବାଣ ତିଆରି କମ୍ପାନୀଗୁଡିକ କୋର୍ଟରେ ଏ ନେଇ ଦାବି କରିଥିଲେ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଲଡି ଭଳି ଜଏଣ୍ଟ୍ ବାଣ ତିଆରି ଏବଂ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି ରଖିବେ। ସାରା ଦେଶର ଏଜେନ୍ସିଗୁଡିକ ସୁପ୍ରିମ୍ କୋର୍ଟଙ୍କ ଆଦେଶ ପାଳନ କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ଯେଉଁ ସ୍ଥାନରେ ପ୍ରଦୂଷଣ ସ୍ତର କମ୍ ରହିଛି, ସେଠାରେ ସବୁଜ ବାଣ ଫୁଟାଇବାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ।