ମହାପ୍ରଭୁ ଦର୍ଶନ କଲେ ସୁପ୍ରିମକେର୍ଟ ବିଚାରପତି
ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼
ପୁରୀ: ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି ତାଙ୍କୁ ସ୍ବାଗତ କରିଥିଲେ ।୪୦ ମିନିଟ ସେ ମନ୍ଦିରରେ ଅତିବାହିତ କରିଥିବା ବେଳେ ମହାପ୍ରଭୁ, ମା ମହଲଷ୍ମୀଙ୍କୁ ଓ ବିମଳା ଦର୍ଶନ କରିଥିଲେ । ଜଗନ୍ନାଥଙ୍କୁ ଦର୍ଶନ କରି ବେଶ ଆନନ୍ଦିତ ବ୍ୟକ୍ତ କରିଥିଲେ ପ୍ରଧାନ ବିଚାରପତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ଆଡଭୋକେଟ ଜେନେରାଲ ମଧ୍ୟ ତାଙ୍କ ସାଥିରେ ଦର୍ଶନ ସମୟରେ ରହିଥିଲେ ।