ନୂଆଦିଲ୍ଳୀ: ଶପଥ ନେବେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ବଦଳିଛି ଶପଥ ଗ୍ରହଣ ଉତ୍ସବର ସମୟ । ଏବେ ଶପଥ ଗ୍ରହଣ ଉତ୍ସବ ଆସନ୍ତା ଫେବୃଆରୀ ୨୦ତାରିଖ ସକାଳ ୧୧ଟାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କାରାଯାଇଛି । ତେବେ ପୂର୍ବରୁ ଅପରାହ୍ନ ୪:୩୦ ସମୟ ସ୍ଥିର କରାଯାଇଥିବା ବେଳେ ଏବେ ତାକୁ ପରିବର୍ତ୍ତନ କରାଯାଇଛି । ଏହା ଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହା ପୂର୍ବରୁ , ଫେବୃଆରୀ ୧୯ ତାରିଖ ଦିନ ଅପରାହ୍ନ ୩.୩୦ ରେ ଭାଜପା ବିଧାୟକ ଦଳର ଏକ ବୈଠକ ହେବ । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚୟନ କରାଯିବ ବୋଲି ସୂଚନା ରହିଛି ।