ନୂଆଦିଲ୍ଲୀ : ଆଫଗାନିସ୍ଥାନକୁ ସଂମ୍ପୁର୍ଣ୍ଣ ନିୟନ୍ତ୍ରଣ କରିଛି ତାଲିବାନ । ତେବେ ଏଥିନେଇ ବିଶ୍ୱରେ ରାଜନୈତିକ ଓ ବୈଦେଶିକ କୂଟନୀତି ବଦଳିପାରେ ବୋଲି ବିଶେଷଜ୍ଞ ସୁଚନା ଦେଇଛନ୍ତି । ତାଲିବାନ କଟ୍ଟର ଧାର୍ମିକ ଶାସନ ପ୍ରଚଳନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନେକ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାର ଆଶଙ୍କା ରହୁଥିବା ନେଇ ସୁରକ୍ଷା ସଂସ୍ଥା ସୁଚନା ଦେଇଛନ୍ତି । ତେବେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏହି ପ୍ରସଙ୍ଗ ଉପରେ ନିଜର ମତ ରଖିଛି ତାଲିବାନ।
ପାକିସ୍ତାନ ପକ୍ଷରୁ ତାଲିବାନକୁ ସମସ୍ତ ପ୍ରକାରର ସହାୟତା ମିଳୁଥିବାରୁ ସଂଗଠନ କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିବାର ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ତାଲିବାନ କଶ୍ମୀର ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ପ୍ରସଙ୍ଗରେ ସଂଗଠନ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ। ଏହା ଏକ ଦ୍ୱିପାକ୍ଷିକ ଓ ଆଭ୍ୟନ୍ତୀରଣ ବ୍ୟାପାର। ତେଣୁ କଶ୍ମୀର ଉପରେ ଆମର ଫୋକସ ନାହିଁ ବୋଲି ସଂଗଠନ ସ୍ପଷ୍ଟ କରିଥିବା ନ୍ୟୁଜ ଏଜେନ୍ସି ଏଏନ୍ଆଇରେ ରିପୋର୍ଟ ପ୍ରକାଶ ପାଇଛି।
ଏହି କାରଣରୁ କଶ୍ମୀର ସମେତ ପୂରା ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଓ ଲସ୍କର-ଇ-ଜାଙ୍ଘଭୀ ଏବେ ଆଫଗାନିସ୍ତାନରେ ନିଜ ଆଡ୍ଡା ଜମାଇବା ଆରମ୍ଭ କରିଛନ୍ତି। ଏହି ଦୁଇ ସଂଗଠନ ସହ ଜୈଶର ସଦସ୍ୟମାନେ ତାଲିବାନ ସହାୟତାରେ ଆଫଗାନର ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ତିଆରି କରିଛନ୍ତି।