ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଧରି ଫେରାର ଥିଲେ ଶିକ୍ଷକ : ସ୍କୁଲକୁ ଆସିବା ପରେ ଗାଁ ଲୋକେ ଧରି ଖୁଣ୍ଟାରେ ବାନ୍ଧିବାର ଭିଡିଓ ଭାଇରଲ

0

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ବି.ବ୍ରହ୍ମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ନୀଳାମ୍ବର ଦାଶ ଗତ ଶନିବାର ଦିନ ଠାରୁ ଧରି ଫେରାର ହୋଇଯାଇଥିଲେ । ତେବେ ଗତ କାଲି ଛାତ୍ରୀ ଜଣକ ନିଜ ଘରକୁ ଫେରିଥିବା ବେଳେ ଆଜି ଶିକ୍ଷକ ବିଦ୍ୟାଳୟକୁ ଆସିବା ପରେ ଗାଁ ଲୋକେ କାବୁ କରିଦେଇଥିଲେ ।

ଆଉ ଶିକ୍ଷକ ନୀଳାମ୍ବରକୁ ଗ୍ରାମର ଏକ ଖୁଣ୍ଟରେ ବାନ୍ଧି ଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଶେରଗଡ ପୋଲିସ ଗ୍ରାମରେ ପହଞ୍ଚି ଖୁଣ୍ଟରେ ବନ୍ଧା ଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।