ବ୍ୟୁରୋ : ସେପ୍ଟେମ୍ବର ୨୬ ତାରିଖରୁ ଓଷ୍ଟା ପକ୍ଷରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଭିଭାବକ ଓ ପୁରାତନ ଛାତ୍ରଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ରାଜରାସ୍ତାରେ କରାଯିବ । ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିବେ। ଗତ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସରେ ରାଲି ଓ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରତିବାଦ ଜଣାଇଥିଲା ବେଳେ ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ବସାଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଥିଲା ବେଳେ ବୈଠକ ପରେ ମଧ୍ୟ ଶିକ୍ଷକମାନଙ୍କର କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ। ତେଣୁ ବିଦ୍ୟାଳୟମାନଙ୍କରେ ସମାନ କାର୍ଯ୍ୟକୁ ସମାନ ଦରମା, ଚାକିରୀ ସର୍ତ୍ତାବଳୀ ଆଦିରେ ତାରତମ୍ୟ ନରଖିବା, ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରିବା ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନକରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବା ସହିତ ଅବସର ନେଇଯାଉଥିବା ଶିକ୍ଷକମାନଙ୍କର ପେନସନ୍ ପ୍ରଦାନ କରିବା ଦିଗରେ ସରକାରୀ ନିର୍ଦ୍ଦେଶନାମା “ସଂକଳ୍ପ’ କୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଓଷ୍ଟା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।