ବାୟୁରେ ଉଡିଲା ତେଜସ ଟ୍ରେନର ବିମାନ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସର ତାଲିମ୍ ବିମାନ ସଫଳ ଉଡାଣ ଭରିଛି । ତେଜସ୍ ବିମାନ ଏହା ପ୍ରଥମ ଉଡାଣ । ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡର ଏୟାର ପୋର୍ଟରେ ୩୫ ମିନିଟ୍ ଧରି ଉଡିଛି ତେଜସ୍ ଟ୍ରେନର । ଏହି ବିମାନ ବର୍ତମାନ କେବଳ ଯୁଦ୍ଧବିମାନ ତାଲିମ ପାଇଁ ନିୟୋଜିତ ହେବ । ମାତ୍ର ଆବଶ୍ୟକ ପଡିଲେ ଲଢେଇରେ ବି ସାମିଲ ହୋଇପାରିବ ତେଜସ ଟ୍ରେନର । ଆଗାମୀ ଦିନରେ ତାଲିମ୍ ପାଇଁ ଆଉ ଅନ୍ୟ ବିମାନ ତିଆରି କରାଯିବ ବୋଲି ହାଲ ପକ୍ଷରୁ କୁହାଯାଇଛି । ଏହି ଟ୍ରେନର ବିମାନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା ଭାରତ । ତେବେ ଗତବର୍ଷ ପ୍ରଥମ କରି ଯୁଦ୍ଧ ବିମାନର ତାଲିମ୍ ବିମାନ ପ୍ରସ୍ତୁତ କରାଯାଇଛି । ଆଉ ଏବେ ଏହି ବିମାନ ସଫଳତାର ସହ ଆକାଶରେ ଉଡିଛି ।